ଓଡ଼ିଶା
ଲଗାଣ ବର୍ଷା ଯୋଗୁ ସ୍କୁଲ୍, କଲେଜ ବନ୍ଦ
![](https://i0.wp.com/odia.mobilenews24x7.com/wp-content/uploads/2022/09/city-rain-dh-1549743826.jpg?resize=780%2C470&ssl=1)
ବେଙ୍ଗାଲୁରୁ ; ୭।୯ ବେଙ୍ଗାଲୁରୁ ତିନି ଦିନ ଧରି ବର୍ଷା ହେବା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ ରାସ୍ତା, ଘର ଏବେ ବି ପାଣି ଘେରରେ ରହିଛି । ତେବେ ସିଲିକନ ସିଟି ଏବଂ କର୍ନାଟକର ଅନ୍ୟାନ୍ୟ ଅଞ୍ଚଳରେ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଅନ୍ୟପଟେ, ପ୍ରବଳ ବର୍ଷା ଯୋଗୁ ବେଙ୍ଗାଲୁରୁର କେତେକ ଅଞ୍ଚଳରେ ଥିବା ବିଦ୍ୟାଳୟ ଏବଂ ଉଚ୍ଚ ବିଦ୍ୟାଳୟଗୁଡ଼ିକ ପାଇଁ ଏକ ଛୁଟି ଘୋଷଣା କରାଯାଇଛି । ସେହିପରି ବୈଷୟିକ କମ୍ପାନୀ କର୍ମଚାରୀମାନଙ୍କୁ ଘରୁ କାମ କରିବାକୁ କୁହାଯାଇଛି ।