ଓଡ଼ିଶା

କାର ଲୁଟ ଘଟଣାରେ ତିନି ଅଭିଯୁକ୍ତ ଗିରଫ

ବ୍ରହ୍ମପୁର, ୧୫/୦୯/୨୦୨୨-   ଗଞ୍ଜାମ ବୁଗୁଡା ଥାନାର କରଚୁଲି ଗ୍ରାମ ନିକଟରେ ଇଣ୍ଡିଗୋ କାର ଲୁଟ ଘଟଣାରେ ତିନି ଅଭିଯୁକ୍ତ ଗିରିଫ ।  ସେମାନଙ୍କ ନିକଟରୁ ଏକ ଦେଶୀ ପିସ୍ତଲ ସହ ୩ ଟି ଜୀବନ୍ତ ଗୁଳି, ୩ ଟି ମୋବାଇଲ, ବ୍ଲେଡ଼ ଲାଗିଥିବା ଏକ ଷ୍ଟିଲ ରେଜର ଓ ଏକ ପ୍ଲାଷ୍ଟିକ ରେଜର ଜବତ କରାଯାଇଛି । ସେପ୍ଟେମ୍ବର ୧୧ ତାରିଖରେ ନୟାଗଡ଼ରୁ କାର ଭଡ଼ାକରି ଲୁଟେରା ମାନେ ବ୍ରହ୍ମପୁର ଯିବାକୁ କହି ଇଣ୍ଡିଗୋ କାରରେ ଆସୁଥିବା ବେଳେ କରଚୁଲି ଗ୍ରାମ ନିକଟରେ ଡ୍ରାଇଭର ମୁଣ୍ଡରେ ପିସ୍ତଲ ଲଗାଇ, ଡ୍ରାଇଭରକୁ କାରରୁ ବାହାର କରି, କାର ଧରି ବି.କରଡାବାଡି ଓ ବୁଗୁଡା ଦିଗରେ ଆସୁଥିଲେ ।

ଗାଡି ଡ୍ରାଇଭର ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ବି.କରଡ଼ାବାଡି ଲୋକଙ୍କୁ ଖବର ଦେବାରୁ ଲୋକେ ରାସ୍ତା ଅବରୋଧ କରିଥିଲେ । ଫଳରେ ଲୁଟେରାମାନେ ବି.କରଡ଼ାବାଡି ନିକଟ ବାଘୁଆ କେନାଲ ରାସ୍ତାରେ କିଛିଦୂର ଯାଇ କାର ଛାଡି ବଣ ଆଡକୁ ଚାଲିଯାଇଥିଲେ । ବୁଗୁଡା ଥାନା ଆଇଆଇସି ତିନି ଜଣ ଆସାମୀଙ୍କୁ ଗିରିଫ କରିଥିଲେ ।

କାର ଲୁଟ ଘଟଣା ନେଇ ନୟାଗଡ଼ ଥାନା ଅନ୍ତର୍ଗତ ଲକ୍ଷ୍ମୀପ୍ରସାଦ ଗ୍ରାମର ନରୋତ୍ତମ ନାୟକ ବୁଗୁଡା ପୋଲିସ ଥାନାରେ ଲିଖିତ ଅଭିଯୋଗ ଦେବା ପରେ କେସ ନଂ ୫୨୧/୨୨ ତାରିଖ ୧୧/୯/୨୨ ପ୍ରକାରେ ଏକ ମାମଲା ରୁଜ୍ଜୁ ହୋଇଥିଲା । ଗିରଫ ହୋଇଥିବା ତିନି ଜଣ ଅଭିଯୁକ୍ତମାନେ ହେଲେ- ଭଗବାନ ପ୍ରଧାନ ଓରଫ ଆଦିତ୍ୟ,  ନିରଞ୍ଜନ ସେଠୀ ଏବଂ ପ୍ରଭାକର ପ୍ରଧାନ ଓରଫ ସାଗର ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com