ଜାତୀୟରାଜନୀତି

ବିଜେପିରେ ମିଶିଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ

ନୂଆଦିଲ୍ଲୀ, ୧୯/୦୯/୨୦୨୨ –  ବିଜେପିରେ ମିଶିଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ।  ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧିବଦ୍ଧ ଭାବେ  ଅମରିନ୍ଦର ଯୋଗ ଦେଇଛନ୍ତି । ତାଙ୍କର ଅନେକ ସହଯୋଗୀ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ନରେନ୍ଦ୍ର ସିଂହ ତୋମାର ଏବଂ କିରଣ ରିଜିଜୁ ତାଙ୍କୁ ଜଳର ସଦସ୍ୟତା ଫର୍ମ ପ୍ରଦାନ କରିଥିଲେ ।

୮୦ ବର୍ଷୀୟ  ଅମରିନ୍ଦର ଗତ ବର୍ଷ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ସହିତ କଂଗ୍ରେସରୁ ମଧ୍ୟ ଇସ୍ତଫା ଦେଇଥିଲେ । ଏହାପରେ ପିଏଲସି ଗଠନ କରିଥିଲେ । ପିଏଲସିରେ ସାମିଲ ହୋଇଥିବା ୭ ପୂର୍ବତନ ବିଧାୟକ ଏବଂ ଜଣେ ପୂର୍ବତନ ସାଂସଦ ବିଜେପିରେ ସାମିଲ ହେବେ । ଆସନ୍ତା ସପ୍ତାହରେ ଚଣ୍ଡିଗଡରେ ଏକ କାର୍ଯ୍ୟକ୍ରମରେ ପିଏଲସିର ଅନ୍ୟ ପଦାଧିକାରୀ ଏବଂ ଜିଲ୍ଲା ଅଧ୍ୟକ୍ଷ ବିଜେପିରେ ସାମିଲ ହେବେ ।

Related Articles

Back to top button
WP Twitter Auto Publish Powered By : XYZScripts.com