Featuredଜାତୀୟରାଜନୀତି

ଥରୁର କେମିତି ଜିତିବେ କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ !

କଂଗ୍ରେସ ସାଂସଦ ଶଶି ଥରୁରଙ୍କ କଂଗ୍ରେସ ଅଧ୍ୟକ୍ଷ ପଦର ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଜୋର ଧରିଛି। ଗୋଟିଏ ଦିନ ପୂର୍ବେ ସେ ଏହି ସମ୍ବନ୍ଧରେ ଆଲୋଚନା ପାଇଁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ। ଦଳରୁ ଯେ କେହି ବି ନିର୍ବାଚନ ଲଢି ପାରିବେ ବୋଲି ସୋନିଆ ଗାନ୍ଧୀ ଥରୁରଙ୍କୁ ସ୍ପଷ୍ଟ କରିଥିଲେ। ସୋନିଆଙ୍କଠୁ ସବୁଜ ସଙ୍କେତ ମିଳିଥିଲେ ହେଁ ଖୋଦ୍ ନିଜ ରାଜ୍ୟ କେରଳରୁ ଥରୁରଙ୍କୁ ସମର୍ଥନ ମିଳୁନଥିବା ଦେଖିବାକୁ ମିଳିଛି। ସାଂସଦ ଥରୁରଙ୍କୁ ତାଙ୍କ ରାଜ୍ୟର କଂଗ୍ରେସ୍ ୟୁନିଟ୍ ସମର୍ଥନ ଦେବାକୁ ପ୍ରସ୍ତୁତ ନୁହେଁ। କେରଳ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ନିର୍ବାଚନ ଲଢିବା ନିଷ୍ପତ୍ତି ଥରୁରରଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ହୋଇପାରେ। କିନ୍ତୁ ବହୁମତ ଗାନ୍ଧୀ ପରିବାର ସହିତ ରହିଥିବା କେରଳ କଂଗ୍ରେସ ସ୍ପଷ୍ଟ କରିଛି। ଦୁଇ ସାଂସଦ କେ ମୁରଲୀଧର ଏବଂ କୋଡିକୁନ୍ନିଲ ସୁରେଶ କହିଛନ୍ତି, ଯିଏ ବି ନିର୍ବାଚନ ଲଢୁନା କାହିଁକି ବହୁମତ ତ ଗାନ୍ଧୀ ପରିବାର ସହିତ ରହିବ। ଅନ୍ୟ ରାଜ୍ୟର ପ୍ରଦେଶ କଂଗ୍ରେସ ପରି କେରଳ କଂଗ୍ରେସ ମଧ୍ୟ ରାହୁଲ ଗାନ୍ଧୀଙ୍କୁ ଅଧ୍ୟକ୍ଷ କରାଯିବା ଦାବିରେ ପ୍ରସ୍ତାବ ଗୃହୀତ କରାଇବା ନେଇ ପ୍ରସ୍ତୁତି ଚଳାଇଛନ୍ତି। ସାଂସଦ ସୁରେଶ କହିଛନ୍ତି, ନିର୍ବାଚନ ଲଢିବେ କି ନାହିଁ ଏହା ଥରୁରଙ୍କ ବ୍ୟକ୍ତିଗତ ନିଷ୍ପତ୍ତି। ଆମ ମଧ୍ୟରୁ କେହି ତାଙ୍କୁ ପରାମର୍ଶ ଦେଇନୁ। ଆମେ ସମସ୍ତେ ଚାହୁଁଛୁ ରାହୁଲ ଗାନ୍ଧୀ ପୁନର୍ବାର ଦଳର ଅଧ୍ୟକ୍ଷ ହୁଅନ୍ତୁ। ଯଦି ସେ ଅନିଚ୍ଛା ପ୍ରକାଶ କରନ୍ତି ତେବେ ଗାନ୍ଧୀ ପରିବାର ତରଫରୁ ଯାହାକୁ ବି ପ୍ରାର୍ଥୀ କରାଯିବ ତାଙ୍କୁ ଆମେ ସମର୍ଥନ ଦେବୁ ବୋଲି କେରଳର ଏହି ସାଂସଦ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com