ବାଣିଜ୍ୟ
ଡିଏ ଏରିଅରକୁ ନେଇ ଶୀଘ୍ର ଘୋଷଣା କରି ପାରନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ, ୦୭ /୧୦/୨୦୨୨ – କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ୧୮ ମାସର ଡିଏ ଏରିଅରକୁ ନେଇ ଶୀଘ୍ର ଘୋଷଣା ହୋଇପାରେ । ସରକାରଙ୍କ ତରଫରୁ ଏନେଇ କୌଣସି ଆଧିକାରିକ ଘୋଷଣା କରିନାହାନ୍ତି । ତେବେ ସରକାର ଜାନୁଆରୀ ୨୦୨୦ରୁ ୨୦୨୧ ଜୁନ ଯାଏ ଡିଏକୁ ବୃଦ୍ଧି କରିନଥିବାରୁ ଶୀଘ୍ର ଏହି ଡିଏ ମିଳିବା ନେଇ ଆଶା କରାଯାଉଛି । ସରକାର ଗତ ମାସରେ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ୪ ପ୍ରତିଶତ ଡିଏ ବୃଦ୍ଧି କରିଥିଲେ । ସରକାରଙ୍କ ଏହି ପଦକ୍ଷେପରେ ୫୦ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ୬୨ ଲକ୍ଷ ପେନସନଧାରୀ ଉପକୃତ ହେବେ । ପିଛିଲା ଭାବେ ଏହା ଜୁଲାଇରୁ ଲାଗୁ ହେବ ।