Featuredଜାତୀୟମନୋରଞ୍ଜନ

ଗୁରୁତର ଅବସ୍ଥାରେ ହସ୍ପିଟାରେ ବଲିଉଡ ସିଙ୍ଗର ଜୁବିନ୍ ନୌଟିଆଲ, ମୁଣ୍ଡ ଏବଂ ହାତରେ ଲାଗିଛି ଗଭୀର ଆଘାତ

ଭୁବନେଶ୍ୱର: ବଲିଉଡ ସିଙ୍ଗର ଜୁବିନ୍ ନୌଟିଆଲଙ୍କ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର । ଗୁରୁବାର ଦିନ ଜୁବିନ୍ ତାଙ୍କ ଘରର ସିଡ଼ିରୁ ଖସି ପଡିଛନ୍ତି, ଏହା ପରେ ସେ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କର କାନ୍ଧ ଭାଙ୍ଗି ଯାଇଛି ଏବଂ ତାଙ୍କ ପିଠିରେ ମଧ୍ୟ ଅନେକ ଆଘାତ ଲାଗିଛି। କୁହାଯାଉଛି ଯେ ଜୁବିନଙ୍କ ମୁଣ୍ଡ ଏବଂ କପାଳରେ ମଧ୍ୟ ଆଘାତ ଲାଗିଛି। ସିଙ୍ଗରଙ୍କୁ ବର୍ତ୍ତମାନ ମୁମ୍ବାଇର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ସେ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି।

ସିଡ଼ିରୁ ଖସିଯିବା ପରେ ଜୁବିନଙ୍କ ହାତରେ ଗଭୀର ଆଘାତ ଲାଗିଛି, ଯାହା ପରେ ତାଙ୍କ ଡାହାଣ ହାତକୁ ଅପରେସନ୍ କରିବାକୁ ପଡିବ। ତାଙ୍କ ଡାହାଣ ହାତ ବ୍ୟବହାର ନକରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ଏହି ଖବର ଶୁଣିବା ପରେ ଜୁବିନଙ୍କ ପ୍ରଶଂସକଙ୍କ ଚିନ୍ତା ବଢିଯାଇଛି ।

 

Related Articles

Back to top button