Featuredଅନ୍ତର୍ଜାତୀୟରାଜନୀତି
ଋଷ ଏବଂ ଚୀନ୍ ବିରୋଧରେ ଆମେରିକାର କଠୋର ଆଭିମୁଖ୍ୟ, ୩୭ ଟି କମ୍ପାନୀ ବ୍ଲାକ ଲିଷ୍ଟ

ଭୁବନେଶ୍ୱର: ଋଷ ଏବଂ ଚୀନ୍ କମ୍ପାନୀ ବିରୋଧରେ ଆମେରିକା କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଜୋ ବିଡେନ ପ୍ରଶାସନ ଚାଇନା ଏବଂ ଋଷର ୩୭ ଟି କମ୍ପାନୀକୁ ଟ୍ରେଡ଼ ବ୍ଲାକ ଲିଷ୍ଟ କରିଛି । ଏହି କମ୍ପାନୀଗୁଡିକ ଆଉ ଆମେରିକାରେ କୌଣସି ବ୍ୟବସାୟ କରିବାକୁ ସମର୍ଥ ହେବେ ନାହିଁ। ଆମେରିକା କହିଛି ଯେ ଏହି କମ୍ପାନୀଗୁଡିକ ଋଷ ଏବଂ ଚୀନ୍ ସେନା ପାଇଁ କାର୍ଯ୍ୟ କରୁଥିଲେ।
ଆମେରିକାର ବାଣିଜ୍ୟ ବିଭାଗ କହିଛି ଯେ ରୁଷର ସେନାରେ ଯୋଗଦାନ, ଚୀନ୍ ସେନାକୁ ସମର୍ଥନ କରିବା ସହିତ ମିଆଁମାର ଏବଂ ଚାଇନାରେ ମାନବିକ ଅଧିକାରର ଉଲ୍ଲଂଘନରେ ଅଂଶଗ୍ରହଣ କିମ୍ବା ପ୍ରୋତ୍ସାହନ ପାଇଁ ଏହି କମ୍ପାନୀଗୁଡ଼ିକୁ କଳା ତାଲିକାଭୁକ୍ତ କରାଯାଇଛି।