Featuredଜାତୀୟରାଜନୀତି

ତେଜସ୍ୱୀ ଯାଦବଙ୍କୁ ସିବିଆଇ ନୋଟିସ୍

‘ଜମି ବଦଳରେ ଚାକିରି’ ଘୋଟାଲା ମାମଲାରେ କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ ବିହାରର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ସମନ୍ କରିଛି । ତେବେ ଏହା ପୂର୍ବରୁ ମଧ୍ୟ ତେଜସ୍ୱୀ ଯାଦବଙ୍କୁ ସିବିଆଇ ସମନ୍ କରିଥିଲା । ଗତ ଫେବ୍ରୁଆରୀ ମାସ ୪ ତାରିଖରେ ତେଜସ୍ୱୀଙ୍କୁ ସମନ୍ କରିଥିଲା ସିବିଆଇ । ହେଲେ ସେତେବେଳେ ତେଜସ୍ୱୀ ସିବିଆଇ ନିକଟରେ ହାଜର ହୋଇନଥିଲେ ।

ଶୁକ୍ରବାର ‘ଲ୍ୟାଣ୍ଡ୍ ଫର ଜବ୍’ ସ୍କାମ ମାମଲାରେ ଇଡି ଦିଲ୍ଲୀ ସହିତ ପାଟଣାରେ ଛାପାମାରି କରିଥିଲା । ୧୫ ଜାଗାରେ ଇଡି ପକ୍ଷରୁ ରେଡ୍ ହେବା ସହିତ ଲାଲୁ ଯାଦବଙ୍କ ସମ୍ପର୍କୀୟଙ୍କ ଘରେ ଚଢାଉ କରିଥିଲା । ଏହି ଚଢାଉ ଲାଲୁ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବଙ୍କ ଘରେ ହେବା ସହିତ ରାଷ୍ଟ୍ରୀୟ ଜନତା ଦଳର ନେତାଙ୍କ ଘରେ ବି ଚଢାଉ ହେଇଥିଲା । ତେବେ ଏହି ଚଢାଉ ବେଳେ ଯାଞ୍ଚ ଏଜେନ୍ସି ନଗଦ ଟଙ୍କା ଓ ବିଦେଶୀ ମୁଦ୍ରା ଜବତ କରିଛି । ରେଡକୁ ନେଇ ବିରୋଧୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com