ଓଡ଼ିଶା
ଆଜିଠାରୁ ବଢ଼ିବ ତାପମାତ୍ରା
![tempreture](https://i0.wp.com/odia.mobilenews24x7.com/wp-content/uploads/2023/04/tempreture-e1680411419271.jpg?resize=544%2C354&ssl=1)
ଭୁବନେଶ୍ୱର, ୦୨/ ୦୪/ ୨୦୨୩ – ରବିବାରଠାରୁ ତାପମାତ୍ରାରେ ବୃଦ୍ଧି ଘଟିବ । ଏଭଳି ଆକଳନ କରିଛି ପାଣିପାଗ ବିଭାଗ । ତେବେ ଆସନ୍ତା ୫ ତାରିଖରେ ଦିନ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭବନା ରହିଛି । ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ଜାରି ରହିଥିବା ବର୍ଷା ଆଜିଠୁ କମିବ । ସେପଟେ ଉତ୍ତର ଭାରତ କିଛି ସ୍ଥାନ ବ୍ୟତିତ ଦେଶର ଅଧିକାଂଶ ଜିଲ୍ଲାରେ ଅସହ୍ୟ ଗରମ ଅନୂଭୁତ ହେବ । ପୂର୍ବ, ମଧ୍ୟ, ଉତ୍ତର ପଶ୍ଚିମ ଭାରତରେ ସାମାନ୍ୟଠୁ ଅଧିକ ଗରମ ଅନୁଭୂତ ହେବା ନେଇ IMD ଆକଳନ କରିଛି । ଓଡିଶା, ବିହାର, ଝାଡଖଣ୍ଡ, ଉତ୍ତର ପ୍ରଦେଶ, ହରିଆଣା, ପଞ୍ଜାବ ସବୁଠୁ ଅଧିକ ପ୍ରଭାବିତ ହେବ ।