ଟେଷ୍ଟ ଚାମ୍ପିୟନସିପ ପାଇଁ ୧୫ ଜଣିଆ ଟିମ୍
କଟିଲେ ସୂର୍ଯ୍ୟ କୁମାର, ଦଳକୁ କମ ବ୍ୟାକ୍ କଲେ ଅଜିଙ୍କ୍ୟ ରାହାଣେ ଓ ଉନାଦକତ
ଭୁବନେଶ୍ୱର, ୨୫/୦୪/୨୦୨୩ – ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ପାଇଁ ମଙ୍ଗଳବାର ଭାରତୀୟ ଦଳ ଘୋଷଣା କରିଛି BCCI । ତେବେ ବର୍ତ୍ତମାନ IPLରେ ଚମକୁଥିବା ଅଭିଜ୍ଞ ଖେଳାଳି ଅଜିଙ୍କ୍ୟ ରାହାଣେ ଦଳକୁ ଫେରିଛନ୍ତି । ଗତ ମାସରେ ଶେଷ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ଦଳରେ ସାମିଲ ଖେଳିଥିବା ସୂର୍ଯ୍ୟ କୁମାର ଯାଦବଙ୍କୁ ଖରାପ ଫର୍ମ ଯୋଗୁଁ ଦଳରୁ ବାଦ୍ ପଡିଛନ୍ତି ।
ସେପଟେ ଅଷ୍ଟ୍ରେଲିଆ ବିପକ୍ଷରେ ଖରାପ ପ୍ରଦର୍ଶନ ସତ୍ତ୍ୱେ କେଏଲ ରାହୁଲ ନିଜ ସ୍ଥାନ ସଂରକ୍ଷଣ କରିବାରେ ସଫଳ ହୋଇଛନ୍ତି । ଚୟନକର୍ତ୍ତାମାନେ କେବଳ ୱିକେଟ୍ କିପିଂ ପାଇଁ କେ.ଏସ୍ ଭରତଙ୍କ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି। ଅନ୍ୟପଟେ ବୋଲିଂ ବିଭାଗରେ ତିନି ଜଣ ସ୍ପିନରଙ୍କୁ ସ୍ଥାନ ଦେଇଛି ଟିମ୍ ଇଣ୍ଡିଆ । ଇଂଲଣ୍ଡର ଅବସ୍ଥାକୁ ଦେଖିଲେ କେବଳ ଦୁଇଟି ସ୍ପିନର ଚୂଡାନ୍ତ ଏକାଦଶରେ ଖେଳିବାର ବେଶୀ ସମ୍ଭାବନା ରହିଛି । ଯଦି ଏପରି ହୁଏ ତେବେ ଅକ୍ଷର ପଟେଲଙ୍କୁ ବାହାରେ ବସିବାକୁ ପଡିପାରେ ।
ସେହିପରି ଫାଷ୍ଟ ବୋଲିଂରେ ଶାମି ଏବଂ ସିରାଜ ଫ୍ରଣ୍ଟ ଲାଇନ୍ ବୋଲର ହେବା ନିଶ୍ଚିତ । ଏମାନଙ୍କ ବ୍ୟତୀତ ଜୟଦେବ ଉନାଦକତ, ଶାର୍ଦ୍ଦୁଲ ଏବଂ ଉମେଶ ଯାଦବଙ୍କ ମଧ୍ୟରୁ କେବଳ ଜଣେ ପ୍ଲେ ୧୧ରେ ସ୍ଥାନ ପାଇବେ । ଆସନ୍ତା ଜୁନ ୭ ରୁ ୧୧ ତାରିଖ ଯାଏ ରୋହିତ ଶର୍ମାଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ବିପକ୍ଷରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଖେଳିବ ଭାରତ ।
ତେବେ ଟେଷ୍ଟ ଚାମ୍ପିଅନସିପ୍ ଖେଳିବାକୁ ଥିବା ଖେଳାଳିମାନେ ହେଉଛନ୍ତି – ରୋହିତ ଶର୍ମା, ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ , ଲୋକେଶ ରାହୁଲ, କେ.ଏସ ଭରତ ( ୱିକେଟ ରକ୍ଷକ ), ରବିଚନ୍ଦ୍ରନ ଅଶ୍ୱିନୀ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ସାର୍ଦ୍ଦୁଲ ଠାକୁର, ମହମ୍ମଦ ସାମି, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନାଦକତ