ହଲିଉଡ୍ ଅଭିନେତା ପସିନୋଙ୍କଠୁ ୫୪ ବର୍ଷ ସାନ ଗର୍ଲଫ୍ରେଣ୍ଡ ନୂର୍ ଏବେ ୮ ମାସର ପ୍ରେଗନାଣ୍ଟ୍

ମୋବାଇଲ୍ ନ୍ୟୁଜ୍ ବ୍ୟୁରୋ: କୁହାଯାଏ ବୟସ କେବଳ ଏକ ଅଙ୍କ। କିନ୍ତୁ ଏହାକୁ ସମସ୍ତେ ପ୍ରମାଣିତ କରିବା ସହଜ ହୋଇନଥାଏ। ଏଥିପାଇଁ ଦୃଢ଼ ମନୋବଳ ଆଉ ସୁସ୍ଥ ଜୀବନର ନିହାତି ଆବଶ୍ୟକ। ତେବେ ଦୀର୍ଘଜୀବୀ ହେବା ଓ ସେ ଭିତରେ ଯୁବସୁଲଭର ଉତ୍ସାହ ପ୍ରମାଣିତ କରିବା କିଛି ବିରଳ ଘଟଣା ନିଶ୍ଚୟ। ଯାହା ଏବେ ଖ୍ୟାତ୍ୟାନାମା ହଲିଉଡ୍ ଆକ୍ଟର୍ ଅଲ୍ ପସିନୋଙ୍କ କ୍ଷେତ୍ରରେ ପ୍ରମାଣତି ହେବାକୁ ଯାଉଛି। ପସିନୋଙ୍କୁ ଏବେ ୮୩ ବର୍ଷ ବୟସ। ଆଉ ଏହି ବୟସରେ ସେ ନିଜଠୁ ୫୪ ବର୍ଷ ସାନ ୨୯ ବର୍ଷୀୟା ଗର୍ଲଫ୍ରେଣ୍ଡ ନୂର୍ ଅଲଫଲ୍ଲାହଙ୍କ ସହ ଡେଟ୍ କରୁଛନ୍ତି। ଖାଲି ଡେଟ୍ ତ ନୁହେଁ, ନୂର୍ ଏବେ ୮ ମାସର ଗର୍ଭବତୀ ଅଛନ୍ତି।
ଉଚ୍ଚକୋଟିର ଅଭିନୟ ପାଇଁ ବହୁ ସମ୍ମାନର ଅଧିକାରୀ ପସିନୋଙ୍କ ପୂର୍ବରୁ ୩ ସନ୍ତାନ ଅଛନ୍ତି। ତାଙ୍କ ଝିଅ ଜୁଲି ମ୍ୟାରିଙ୍କୁ ୩୩ ବର୍ଷ ଆଉ ଯମଜ ପୁତ୍ର ଆଣ୍ଟୋନ ଓ ଓଲିଭିୟାଙ୍କୁ ୨୨ ବର୍ଷ। ଗଡଫାଦର ଫିଲ୍ମ ପାଇଁ ବିଶ୍ଵରେ ଚର୍ଚ୍ଚିତ ଚେହେରା ପାଲଟିଥିବା ଅଲ୍ ପସିନୋ ୨୦୨୨ ଏପ୍ରିଲରୁ ନୂରଙ୍କ ସହ ଡେଟ୍ କରିଆସୁଛନ୍ତି।
ସେପେଟ ଅଲ୍ ପସିନୋଙ୍କ ପୂର୍ବରୁ ନୂର ଅଲ୍ଫଲ୍ଲାହ, ବ୍ୟବସାୟୀ ନିକୋଲାସ ବର୍ଗଗ୍ରେନ୍ ଓ ଗାୟକ ମାଇକ୍ ଜାଗରଙ୍କୁ ଡେଟ୍ କରିଥିଲେ। ଉଭୟଙ୍କ ବୟସ ୬୦ ବର୍ଷରୁ ଅଧିକ। ନୂର ୨୨ ବର୍ଷ ବୟସରେ ୭୪ ବର୍ଷୀୟ ମାଇକ୍ ଜାଗରଙ୍କୁ ଡେଟ୍ କରିଥିଲେ। ସେହିପରି ନିକୋଲାସ ବର୍ଗଗ୍ରେନଙ୍କ ବୟସ ମଧ୍ୟ ୬୦ ବର୍ଷ ଥିଲା । ଆଉ ଏବେ ସବୁଠୁ ବୟସ୍କ ଅଲ୍ ପସିନୋଙ୍କ ସହ ଡେଟ୍ କରିବା ସହ ନୂର୍ ଗର୍ଭବତୀ ଅଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ହଲିଉଡ୍ ସମେତ ସାରା ଅଭିନୟ ଜଗତରେ ଚର୍ଚ୍ଚାର ବିଷୟ ପାଲଟିଛି।




