ନିର୍ବାଚନ ଜିତିବାକୁ ରାହୁଲ ଦୋହରାଇବେ କୃଷି ମଡେଲ, କହିଲେ ମିଳିବ…
ନଭେମ୍ବର ୭ରେ ହେବ ଛତିଶଗଡ ନିର୍ବାଚନ । ସେଥିପାଇଁ ସବୁ ଦଳୀର ନେତା ଏବଂ ପ୍ରାର୍ଥୀଙ୍କ ଆଖିରୁ ନିଦ ହଜିଯାଇଛି । ବିଶେଷକରି ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦୀ ବିଜେପି ଏବଂ କଂଗ୍ରେସ କଳେ ବଳେ କୌଶଳେ ନିର୍ବାଚନ ଜିତିବାକୁ ସମସ୍ତ ପ୍ରକାର ଚେଷ୍ଟା ଚଳାଇଛନ୍ତି ।
ତେବେ ଏହା ଭିତରେ ଛତିଶଗଡ ଚାଷୀଙ୍କ ପାଇଁ ପୁଣି ଥରେ ଦୋହରାଇଛି ତାର ୫ ଟିକିଆ ସ୍ୱତନ୍ତ୍ର ପଡେଲ । ଛତିଶଗଡରେ କଂଗ୍ରେସ ପୁଣି ସରକାରକୁ ଆସିଲେ ଚାଷୀଙ୍କ ପାଇଁ ତାହା ଲାଗୁ କରାଯିବ ବୋଲି କହିଛନ୍ତି ରାହୁଲ ଗାନ୍ଧି । ଧାନ ବିଲରେ କୃଷକଙ୍କ ସହିତ ଉଠାଇଥିବା ଫଟୋ ସେୟାର କରି ରାହୁଲ କହିଛନ୍ତି – କୃଷକ ଖୁସିହେଲେ ହେଲେ ଭାରତ ଖୁସିହେବ । ତେବେ ରାହୁଲଙ୍କ ମଡେଲ ହେଉଛି |
ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୬୪୦ ଟଙ୍କା । ସେହିପରି ୨୬ ଲକ୍ଷ ଚାଷୀଙ୍କୁ ୨୩ ହଜାର କୋଟି ଇନପୁଟ ସବସିଡି ଦିଆଯିବ ।
ସେହିଭଳି ୧୯ ଲକ୍ଷ ଚାଷୀଙ୍କୁ ୧୦ ହଜାର କୋଟିର ଋଣ ଛାଡ କରାଯିବ । ଅନ୍ୟପଟେ ବିଜୁଳି ବିଲ ଅଧା ସହିତ ମଜୁରିଆଙ୍କୁ ଦିଆଯିବ ବାର୍ଷିକ ୭ ହଜାର ଟଙ୍କା । ଛତିଶଗଡରେ ଏହି ମଡେଲ ନିର୍ବାଚନ ଅବସରରେ ଘୋଷଣା କରିଥିବାବେଳେ ସାରା ଦେଶରେ ଏହାକୁ ଦୋହରାଇବା ପାଇଁ କହିଛନ୍ତି ରାହୁଲ ଗାନ୍ଧି । ତେବେ ବର୍ତ୍ତମାନ ରାହୁଲଙ୍କ ଏହି ମଡେଲ ଦେଶରେ କେତେ ଆଦୃତ ହେଉଛି ତାହା ଦେଖିବାକୁ ଅପେକ୍ଷା ରହିଲା ।