ଅନ୍ୟାନ୍ୟ

ମାଡ଼ିଗଲା ଜିଲ୍ଲାପାଳଙ୍କର କାର

ଲୋକଙ୍କ ଉପରେ ମାଡ଼ିଗଲା ଜିଲ୍ଲାପାଳଙ୍କର କାର | ବିହାରର ମଧେପୁରାରେ ଆଜି ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି | ମିଳିଥିବା ସୂଚନା ମୁତାବକ ମଧେପୁରା ଜିଲ୍ଲାପାଳଙ୍କ କାର ଆଜି ପାଞ୍ଚ ଜଣଙ୍କ ଉପରେ ଚଢ଼ିଯାଇଥିଲା।

ଫୁଲପରାସ ଟୋଲ ପ୍ଲାଜା ନିକଟରେ ଏହି ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଛି। ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଆହତମାନଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଜିଲ୍ଲାପାଳ ଏବଂ ତାଙ୍କ ଅଧିକାରୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ |

Related Articles

Back to top button