Breaking NewsFeaturedରାଜନୀତି

ଲାଲଡାଏରୀରରେ Congress ହାଇକମାଣ୍ଡଙ୍କ ନାଁ ନେଇ କମ୍ପନ, Sonia Gandhiଙ୍କ ଭାଇଙ୍କୁ ନେଇ ଚର୍ଚ୍ଚା |

କିଛିଦିନ ତଳେ ରାଜସ୍ଥାନରେ ନିର୍ବାଚନୀ ପ୍ରଚାରବେଳେ ଚର୍ଚ୍ଚାକୁ ଆସିଥିଲା ଲାଲଡାଏରୀ ପ୍ରସଙ୍ଗ । ଯେଉଁଥିରେ ରହିଛି ଗେହଲଟ ସରକାରର ଦୁର୍ନିତୀର କଳା ଚିଠା । ଏଭଳି କିଛି ଲାଲଡାଏରୀରେ ଉଲ୍ଲେଖ ଥିବା କହିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଆଉ ଏହାପରଠୁ ରହସ୍ୟ ଘେରରେ ରହିଛି ଏହି ଲାଲଡାଏରୀ । ହେଲେ ଏବେ ମତଦାନ ପୂର୍ବରୁ ପୁଣି ଏହି ଲାଲଡାଏରୀ ପ୍ରସଙ୍ଗ ଉଠାଇ କଂଗ୍ରେସ, ଗାନ୍ଧୀ ପରିବାର ଓ ଗେହଲଟ ସରକାରକୁ କାଠଗଡାକୁ ଆଣିଛନ୍ତି ରାଜ୍ୟର ପୂର୍ବତନ କଂଗ୍ରେସ ମନ୍ତ୍ରୀ ରାଜେନ୍ଦ୍ର ସିଂ ଗୁଡା । ଏକ ବିସ୍ଫୋରକ ପର୍ଦ୍ଦାଫାଶ କରିଛନ୍ତି ରାଜେନ୍ଦ୍ର । ଫଳରେ ରାଜସ୍ଥାନ ରାଜନୀତିରେ ସୃଷ୍ଟି ହୋଇଛି ଭୂକମ୍ପ । ତେବେ ଏଭଳି ସ୍ଥିତି ପଛରେ କଣ ରହିଛି ପୁରା ଘଟଣା ଆସନ୍ତୁ ଜାଣିବା ।

ପୂର୍ବରୁ ଗେହଲଟ ସରକାରରେ ମନ୍ତ୍ରୀ ଥିବା ରାଜେନ୍ଦ୍ର କହିଛନ୍ତି ଯେ ଏହି ଲାଲଡାଏରୀରେ ରହିଛି ସୋନିଆ ଗାନ୍ଧୀଙ୍କ ଭାଇଙ୍କ ନାମ । ସେଦିନ ସୋନିଆଙ୍କ ଭାଇ ହୋଇ କିଏ ଆସିଥିଲେ । ଲାଲଡାଏରୀର ଇଏ ହେଉଛି ସବୁଠୁ ବିସ୍ଫୋରକ ଅଂଶ । କାରଣ ଏହି ରହସ୍ୟ ମୟ ଭାଇ ଜଣକ ହୋଟେଲ ଶିବ ଭିଲାସର ମାଲିକଙ୍କ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇଥିଲେ । ଏହାସହ ରାଜେନ୍ଦ୍ର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହ ସୋନିଆ ଗାନ୍ଧୀଙ୍କ ଭାଇଙ୍କ ମିଟିଂ ଠିକ୍ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଶଶିକାନ୍ତ ଶର୍ମାଙ୍କୁ ମଧ୍ୟ କୁହାଯାଇଛି । ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ସୋନିଆ ଗାନ୍ଧୀଙ୍କ ଦୁଇ ଭଉଣୀ ଅଛନ୍ତି, କିନ୍ତୁ ସମସ୍ତେ ଜାଣନ୍ତି ତାଙ୍କ ଭାଇ ବୋଲି ଦର୍ଶାଯାଊଥିବା ବ୍ୟକ୍ତି ଜଣକ କିଏ? ସେ ଆହୁରି କହିଛନ୍ତି ଯେ ଏହି ଲାଲ୍ ଡାଏରୀରେ ଅଶୋକ ଗେହଲୋଟ୍ ନେତୃତ୍ୱାଧୀନ କଂଗ୍ରେସ ସରକାରଙ୍କ ଦୁର୍ନୀତିର strong ପ୍ରମାଣ ରହିଛି। ତେବେ ଏହି ଡାଏରୀରେ କଂଗ୍ରେସ ହାଇକମାଣ୍ଡଙ୍କ ନାମ ପ୍ରକାଶ ପାଇବା ପରେ ହଲଚଲ ହୋଇଛି ରାଜସ୍ଥାନ ରାଜନୀତି ।

Related Articles

Back to top button
WP Twitter Auto Publish Powered By : XYZScripts.com