ରାଜନୀତି
ଦିଲ୍ଲୀ ମଦ ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଆମ ଆଦମୀ ପାର୍ଟି
ଦିଲ୍ଲୀ ମଦ ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଆମ ଆଦମୀ ପାର୍ଟି ରାଜ୍ୟସଭା ଏମପି ସଞ୍ଜୟ ସି ଶୁକ୍ରବାର କୋର୍ଟରୁ କୌଣସି ସୁଫଳ ପାଇନାହାଁନ୍ତି।
କୋର୍ଟ ତାଙ୍କର ନ୍ୟାୟିକ ହେପାଜତକୁ ଡିସେମ୍ବର ୪ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ତାଙ୍କର ନିୟମିତ ଜାମିନ ଆବେଦନ ଉପରେ ଶୁଣାଣି ସମୟରେ ଏଏପି ନେତା ସଞ୍ଜୟ ସିଂଙ୍କୁ ଜେଲରେ ଏକ ଇଲେକ୍ଟ୍ରିକ କେଟଲ ରଖିବାକୁ କୋର୍ଟ ଅନୁମତି ଦେଇଛନ୍ତି। ଖୁବ ଶୀଘ୍ର ଏହି ମାମଲାରେ ଏକ ସପ୍ଲିମେଣ୍ଟାରୀ ଚାର୍ଜ ସିଟ ଦାଖଲ କରାଯିବ ବୋଲି ଇଡି କହିଛି।