ଅନ୍ତର୍ଜାତୀୟ

ଇସ୍ରାଏଲ ପଣବନ୍ଦୀ ମୁକ୍ତ

ଚୁକ୍ତି ଅନୁସାରେ କାମ କରିଛି ପାଲେଷ୍ଟାଇନର ଆତଙ୍କୀ ସଂଗଠନ ହମାସ। ପ୍ରତିଶ୍ରୁତି ଅନୁସାରେ ହମାସ ପକ୍ଷରୁ ୧୩ ଜଣ ଇସ୍ରାଏଲ ପଣବନ୍ଦୀଙ୍କୁ ଆଜି ମୁକ୍ତ କରାଯାଇଛି। ଏମାନଙ୍କ ସହ ପଣବନ୍ଦୀ ହୋଇ ରହିଥିବା ଥାଇଲ୍ୟାଣ୍ଡର ୧୨ ଜଣ ଲୋକଙ୍କୁ ମଧ୍ୟ ହମାସ ରିଲିଜ କରିଛି।

ଇସ୍ରାଏଲ ଓ ହମାସ ମଧ୍ୟରେ ୪ ଦିନିଆ ଅସ୍ତ୍ରବିରତି ଚୁକ୍ତି ଆରମ୍ଭ ହୋଇଛି। ପଣବନ୍ଦୀଙ୍କୁ ଛାଡ଼ିବା ସର୍ତ୍ତରେ ଇସ୍ରାଏଲ ଯୁଦ୍ଧ ବନ୍ଦ କରିଛି। ତେଣୁ ହମାସ ମଧ୍ୟ ପ୍ରତିଶ୍ରୁତି ମୁତାବକ ୨୫ ଜଣ ପଣବନ୍ଦୀଙ୍କୁ ରେଡକ୍ରସକୁ ହସ୍ତାନ୍ତର କରିଥିଲା।

Related Articles

Back to top button