ଓଡ଼ିଶା
ବିଏମସି କର୍ମଚାରୀମାନେ କାର୍ଯ୍ୟାଳୟକୁ ବିଳମ୍ବରେ ଆସିଲେ ହେବ କଡା କାର୍ଯ୍ୟାନୁଷ୍ଠାନ

ବିଏମସି କର୍ମଚାରୀମାନେ କାର୍ଯ୍ୟାଳୟକୁ ବିଳମ୍ବରେ ଆସିଲେ ହେବ କଡା କାର୍ଯ୍ୟାନୁଷ୍ଠାନ। ବିଏମସିର କର୍ମଚାରୀମାନେ ସଠିକ୍ ସମୟରେ କାର୍ଯ୍ୟାଳୟରେ ପହଞ୍ଚିବା ଲାଗି ବିଜ୍ଞପ୍ତି ଜାରି କରିଛନ୍ତି ବିଏମସି କମିଶନର।
ବିଏମସିର ସବୁ କର୍ମଚାରୀମାନେ କାର୍ଯ୍ୟାଳୟରେ ସକାଳ ୯ ଟା ୪୫ ମିନିଟରୁ ୧୦ ଟା ୧୫ ମିନିଟ ଭିତରେ ପହଞ୍ଚିବା ଲାଗି ହୋଇଛି ନିର୍ଦ୍ଦେଶ । ସକାଳ ୧୦ଟା ୩୦ପରେ ଅଫିସରେ ପହଞ୍ଚିଲେ ବନ୍ଦ ହେବ ଦରମା ।