ଅନ୍ତର୍ଜାତୀୟ
ଆଫଗାନିସ୍ତାନରେ ୫.୧ ତୀବ୍ରତାର ଭୂମିକମ୍ପ
ଜାପାନରେ ହୋଇଥିବା ବଡ଼ ଧରଣର ଭୂମିକମ୍ପ ପରେ ସାରା ବିଶ୍ୱରୁ ଏଭଳି ଖବର ଆସୁଛି। ଆର୍ଜେଣ୍ଟିନା ପରେ ଜାନୁଆରୀ ୩ ବୁଧବାରରେ ଆଫଗାନିସ୍ତାନରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି।
ଦ୍ବିପ୍ରହର ପ୍ରାୟ ୧ଟା ୫୪ ମିନିଟ ସମୟରେ ବାଦଖଶାନ ପ୍ରଦେଶରେ ୫.୧ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ତାଜିକିସ୍ତାନର ଇଶକୋସିମଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ଅବସ୍ଥିତ।