ଅନ୍ତର୍ଜାତୀୟ
ନିଜ ଦେଶକୁ ଅଧିକରୁ ଅଧିକ ପର୍ଯ୍ୟଟକ ପଠାଇବା ପାଇଁ ଚୀନ୍କୁ ନିବେଦନ କରିଛନ୍ତି ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୋଇଜୁ

ନିଜ ଦେଶକୁ ଅଧିକରୁ ଅଧିକ ପର୍ଯ୍ୟଟକ ପଠାଇବା ପାଇଁ ଚୀନ୍କୁ ନିବେଦନ କରିଛନ୍ତି ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୋଇଜୁ । ଚୀନର ଏକ ସରକାରୀ ଗସ୍ତରେ ଆସିଥିବା ମୋଇଜୁ ମାଳଦ୍ୱୀପ ବିଜନେସ୍ ଫୋରମ୍କୁ ସମ୍ବୋଧିତ କରିଥିଲେ ।
ସେ ଚୀନ୍କୁ ମାଳଦ୍ୱୀପର ନିକଟତମ ସହଯୋଗୀ ବୋଲି କହିଛନ୍ତି । ସେ କହିଛନ୍ତି ଯେ ଚୀନ୍ ଆମର ନିକଟତମ ସହଯୋଗୀ ତଥା ବିକାଶ ଭାଗିଦାରୀ ମଧ୍ୟରୁ ଅନ୍ୟତମ ।