ରାଜନୀତି
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବଡ଼ ଭଉଣୀଙ୍କ ସୋମବାର ମୁମ୍ବାଇର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି
![](https://i0.wp.com/odia.mobilenews24x7.com/wp-content/uploads/2024/01/amit-shah-pti_d.webp?resize=780%2C470&ssl=1)
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବଡ଼ ଭଉଣୀଙ୍କ ସୋମବାର ମୁମ୍ବାଇର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି। ବଡ଼ଭଉଣୀ ରାଜେଶ୍ୱରୀ ବେନ ଶାହାଙ୍କ ମୃତ୍ୟୁ ଖବର ପାଇ ଅମିତ ଶାହା ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି।
ସେତାଙ୍କର ସମସ୍ତ କାର୍ଯ୍ୟକ୍ରମ ଓ ଗସ୍ତକୁ ବାତିଲ କରିଛନ୍ତି। ୬୦ ବର୍ଷୀୟ ରାଜେଶ୍ୱରୀ ବେନଙ୍କ ଫୁସଫୁସ ପ୍ରତିରୋପଣ କରାଯାଇଥିଲା। କିଛିମାସ ତଳେ ସେ ଅସୁସ୍ଥ ହେବାରୁ ତାଙ୍କୁ ମୁମ୍ବାଇର ଏକ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।