ଜାତୀୟ
ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ଘର ସମେତ ବିଭିନ୍ନ ଠିକଣାରେ ଚତୁର୍ଥ ଦିନରେ ମଧ୍ୟ ଜାରି ରହିଛି ଆୟକର ବିଭାଗର ଚଢ଼ାଉ
![](https://i0.wp.com/odia.mobilenews24x7.com/wp-content/uploads/2024/01/download-28.jpeg?resize=300%2C168&ssl=1)
ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ଘର ସମେତ ବିଭିନ୍ନ ଠିକଣାରେ ଚତୁର୍ଥ ଦିନରେ ମଧ୍ୟ ଜାରି ରହିଛି ଆୟକର ବିଭାଗର ଚଢ଼ାଉ। ରାଜ୍ୟ ଭିତରେ ଓ ବାହାରେ ଏକକାଳୀନ ୩୦ଟି ସ୍ଥାନରେ ଚଢ଼ାଉ ଜାରି ରହିଛି।
ରାଉରକେଲାରେ ୭ଟି ଓ ସୁନ୍ଦରଗଡ଼ରେ ୨ଟି ସ୍ଥାନରେ ରେଡ୍ ହୋଇଛି। ରାଜଗାଙ୍ଗପୁରରେ ମଧ୍ୟ ଗୋଟିଏ ସ୍ଥାନରେ ଚାଲିଛି ଚଢ଼ାଉ। ରାଜ୍ୟ ବାହାରେ କୋଲକତା, ମୁମ୍ବାଇ ଏବଂ ଛତିଶଗଡ଼ର ରାୟଗଡ଼ ଓ ରାୟପୁରରେ ଥିବା ତାଙ୍କ ଘର, ଅଫିସ୍ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ରେଡ୍ ଜାରି ରହିଛି।