![](https://i0.wp.com/odia.mobilenews24x7.com/wp-content/uploads/2024/02/paytm-to-pause-lending-for-few-weeks-pegs-annual-EBITDA.webp?resize=780%2C470&ssl=1)
କନଫେଡେରେସନ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (କେଟ୍) ବ୍ୟବସାୟୀଙ୍କୁ ନିଜ କାରବାର ସମ୍ବନ୍ଧିତ ଦେଣନେଣ ପେଟିଏମ୍ ପରିବର୍ତ୍ତେ ଅନ୍ୟ ପ୍ଲାଟଫର୍ମକୁ ସିଫ୍ଟ କରିବାକୁ ପରାମର୍ଶ ଦେଇଛନ୍ତି ।
ପେଟିଏମ୍ ୱାଲେଟ୍ ଓ ବ୍ୟାଙ୍କ ପରିଚାଳନା ଉପରେ ରିଜର୍ଭ ବ୍ୟାଙ୍କର ଅଙ୍କୁଶ ପରେ କେଟ୍ ପକ୍ଷରୁ ଏହି ପରାମର୍ଶ ଦିଆଯାଇଛି । କେଟ୍ ପକ୍ଷରୁ ଜାରି ବୟାନରେ କୁହାଯାଇଛି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଲଗାଯାଇଥିବା ଅଙ୍କୁଶ ପରେ ସାରା ଦେଶରେ ବ୍ୟବସାୟୀ ନିଜ ନିଜ ଟଙ୍କା ପଇସାର ସୁରକ୍ଷା ପାଇଁ ଅନ୍ୟ ପ୍ଲାଟଫର୍ମର ଉପଯୋଗ କରିବା ଉଚିତ ।