ଅଲିମ୍ପିକ୍ସରେ କେଳେଙ୍କାରୀ l ବିନେଶ ଫୋଗଟ୍ ଡିସ୍କ୍ୱାଲିଫାଏଡ୍ l
ଭାରତକୁ ଜୋରଦାର ଝଟକା । ଫାଇନାଲ ଖେଳିବେନି ବିନେଶ । ବଡ ଷଡଯନ୍ତ୍ର ଅଭିଯୋଗ ।
ନୂଆ ଦିଲ୍ଲୀ: ମଙ୍ଗଳବାର ପର୍ଯ୍ୟନ୍ତ ସବୁକିଛି ଥିଲା ଠିକ୍ ଠାକ୍ । ଭାରତକୁ ସ୍ୱର୍ଣ୍ଣ କିମ୍ବା ସିଲଭର ମିଳିବା ସୁନିଶ୍ଚିତ ଥିଲା । ଏନେଇ ସାରା ଦେଶରେ ଖେଳି ଯାଇଥିଲା ଖୁସିର ଲହରୀ । କୁସ୍ତି ଫାଇନାଲରେ ପଂହଚିଥିଲେ ଭିନେଶ ଫୋଗଟ । ହେଲେ ବୁଧବାର ସକାଳୁ ସବୁକିଛି ଛାରଖାର ହୋଇଯାଇଛି । ଆଉ ଭାରତକୁ ଲାଗିଛି ଜୋରଦାର ଝଟକା । ବିନେଶଙ୍କ ମେଡାଲ ସ୍ୱପ୍ନ ସ୍ୱପ୍ନରେ ହିଁ ରହିଯାଇଛି । କାରଣ ବିନେଶଙ୍କୁ ଫାଇନାଲ ରେସରୁ ଆଉଟ କରାଯାଇଛି । ଅର୍ଥାତ ପାଇନାଲ ପୂର୍ବରୁ ଡିସ୍କ୍ୱାଲିଫାଏଡ୍ ହୋଇଛନ୍ତି ବିନେଶ । ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାିଛି । ତେଣୁ ବିନେଶଙ୍କ ସମେତ କୋଟି କୋଟି ଭାରତୀୟ କ୍ରୀଡାପ୍ରେମୀଙ୍କୁ ଲାଗିଛି ଶକ୍ତ ଧକ୍କା । ଧାର୍ୟ୍ୟଠାରୁ ଅଧିକ ଓଜନ କାରଣରୁ ତାଙ୍କୁ ଡିସକ୍ୱାଲିଫାଏ କରାଯାଇଥିବା ସୂଚନା ମିଳିଛି । ୫୦ କେଜିଠାରୁ ଭିନେଶ ସାମାନ୍ୟ ଅଧିକ ଓଜନର ହୋଇଥିବାରୁ ସେ ଫାଇନାଲ ପୂର୍ବରୁ କଟି ଯାଇଛନ୍ତି । ମାତ୍ର ୧୦୦ ଗ୍ରାମ ଓଜନ ବଢିଥିବାରୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି ବିନେଶ ।
ଆଉ ଏହାପରେ ଅଲିମ୍ପିକ୍ସରେ କେଳେଙ୍କାରୀ ଗନ୍ଧ ସାମ୍ନାକୁ ଆସିଛି । ଏହା ପଛରେ ବଡ ଷଡଯନ୍ତ୍ର କରାଯାଇଥିବା ନେଇ ଅଭିଯୋଗ ଆସୁଛି । ଯଦି ଗତକାଲି ପର୍ଯ୍ୟନ୍ତ ଓଜନ ଓ ସବୁକିଛି ସଠିକ ରହିଥିଲା କିନ୍ତୁ ହଠାତ୍ ଫାଇନାଲ ପୂର୍ବରୁ କାହିଁକି ଓଜନ କରାଗଲା, ତାକୁ ନେଇ କରାଯାଉଛି ଦୃଢ ନିନ୍ଦା । ଯଦିଓ ଏହାପଛରେ କାହାର ହାତ ରହିଛି କି ନାହିଁ ଜଣାପଡିନି, ତେବେ କାହିଁକି ଏଭଳି ଏକ ନିଷ୍ପତି ନିଆଗଲା, ଆଗକୁ ଖେଳିବାକୁ ଥିବା ଅନ୍ୟ ଭାରତୀୟଙ୍କ ଅବସ୍ଥା ଏମିତି ହେବନି ତ । ଏସବୁକୁ ନେଇ ଏବେ ଉଠିଛି ପ୍ରଶ୍ନ ।