Featuredଅନ୍ତର୍ଜାତୀୟଜାତୀୟରାଜନୀତି

ରାହୁଲଙ୍କୁ ବଡ଼ ଗିଫ୍ଟ l

କଂଗ୍ରେସ ସାଂସଦଙ୍କ ପାଇଁ ପାକିସ୍ତାନରୁ ଆସିଲା ଉପହାର । ବିଜେପି କହିଲା...

ନୂଆ ଦିଲ୍ଲୀ: ଗୋଟିଏ ପଟେ ଜଳୁଛି ବାଂଲାଦେଶ । ଅନ୍ୟପଟେ ସମ୍ପର୍କ ସୁଧାରିବାକୁ ଚେଷ୍ଟା କରୁଛି ପାକିସ୍ତାନ । ଆମ୍ବକୁ ଢାଲ କରି ଭାରତର ବିରୋଧୀ ସାଂସଦଙ୍କ ସହ ସମ୍ପର୍କ ମଜବୁତ କରିବାକୁ ଚାହୁଁଛି ପଡୋଶୀ ଦେଶ । କାରଣ ପାକିସ୍ତାନରୁ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ପାଇଁ ଆସିଛି ଆମ୍ବ । ତାଙ୍କ ସମେତ ୭ ସାଂସଦଙ୍କ ପାଇଁ ପେଟି ପେଟି ଆମ୍ବ ପଠାଇଛି ଦିଲ୍ଲୀ ସ୍ଥିତ ପାକିସ୍ତାନ ଦୂତାବାସ । ଏହି ଖବର ସାମ୍ନାକୁ ଆସିବା ପରେ ଏବେ ଜୋର୍‌ ଧରିଛି ରାଜନୀତି । ଯେଉଁ ସାଂସଦମାନଙ୍କୁ ପାକିସ୍ତାନ ହାଇକମିଶନ ଆମ୍ବ ପଠାଇଛନ୍ତି ସେମାନଙ୍କ ମଧ୍ୟରେ ବିରୋଧୀଦଳ ନେତା ରାହୁଲ ଗାନ୍ଧି, ରାଜ୍ୟସଭା ସାଂସଦ କପିଲ ସିବଲ, ଥିରୁବନ୍ତପୁରମର ସାଂସଦ ଶଶି ଥରୁର, ରାମପୁରରୁ ସଜାବାଦୀ ପାର୍ଟି ସାଂସଦ ମୋହିବୁଲ୍ଲା ନାଦଭି, ଏସପି ସାଂସଦ ଜିଆଉର ରେହମାନ ବର୍କ, ଗାଜିପୁରର ସାଂସଦ ଆଫଜଲ ଅନସାରୀ ଏବଂ କୈରାନର ସାଂସଦ ଇକ୍ରା ହାସନ ସାମିଲ ଅଛନ୍ତି। ପାକିସ୍ତାନ ହାଇ କମିଶନ ଭାରତୀୟ ସାଂସଦଙ୍କ ନିକଟକୁ ଆମ୍ବ ପଠାଇବା ନିଶ୍ଚିତ କରିଛନ୍ତି । ଏନେଇ ରାହୁଲଙ୍କୁ ଟାର୍ଗେଟ କରିଛି ବିଜେପି । ବିରୋଧୀ ଦଳ ଉପରେ ଆକ୍ରମଣ କରିଛି ଦଳ ।

ସେପଟେ ଦଳର ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି ଯେ, ରାହୁଲଙ୍କୁ ପାକିସ୍ତାନରୁ ଆମ୍ବ ମିଳିଛି। ପଡୋଶୀ ଦେଶ ସହିତ ସେମାନଙ୍କର ଭିତିରିଆ ସମ୍ପର୍କ ଅଛି। ସେ କହିଛନ୍ତି, ‘ରାହୁଲ ଗାନ୍ଧିଙ୍କୁ ଉତ୍ତରପ୍ରଦେଶର ଆମ୍ବ ଭଲ ଲାଗୁନି । ରାହୁଲ ଏବଂ ତାଙ୍କ ଟୁକଡେ ଟୁକେ ଗ୍ୟାଙ୍ଗକୁ ପାକିସ୍ତାନର ଆମ୍ବ ଭାରି ସୁଆଦିଆ ଲାଗୁଛି । ଆମ୍ବ ଡିପ୍ଲୋମେସିରେ ପାକିସ୍ତାନ ସହିତ କୌଣସି ଚୁକ୍ତି ହୋଇଛି କି? ବୋଲି ସେ ପ୍ରଶ୍ନ କରିଛନ୍ତି। ସେ ଆହୁରି କହିଛନ୍ତି, ରାହୁଲ ଗାନ୍ଧି ପାକିସ୍ତାନର ଆମ୍ବ ସହ ତାଙ୍କୁ ଆଉ କ’ଣ କ’ଣ ଭଲ ଲାଗୁଛି କୁହନ୍ତୁ। ଆପଣ ମୋଦିଙ୍କୁ ହଟାଇବା ପାଇଁ ପାକିସ୍ତାନକୁ କିଛି ନୂଆ ଦାବି କରିବାକୁ ଯାଇଛନ୍ତି କି? ପାକିସ୍ତାନ ଏବଂ କଂଗ୍ରେସ ମଧ୍ୟରେ କୌଣସି ଷଡଯନ୍ତ୍ର ଚାଲିଛି କି?

Related Articles

Back to top button
WP Twitter Auto Publish Powered By : XYZScripts.com