Featuredଓଡ଼ିଶାରାଜନୀତି

ଭୂଆଁ ବୁଲାଉଛି ବିଜେପି – ଜନ ଜାଗରଣ କରିବ ବିଜେଡ଼ି, ଦେଖନ୍ତୁ ଡିଟେଲ୍ସ

ଭୁବନେଶ୍ୱର: ନିର୍ବାଚନ ସମୟରେ ମିଳିଥିଲା ମାଳ ମାଳ ପ୍ରତିଶ୍ରୁତି । ୩ ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସ ସମସ୍ତେ ଦେଖାଇଥିଲେ ଅନେକ ଲୋଭ । ହେଲେ ବିଜେପିକୁ ଭରସା କରିଥିଲେ ଓଡିଶାବାସୀ । ଆଉ ତା ହାତରେ ଦେଇଥିଲେ ଶାସନ ଭାର । କିନ୍ତୁ ଏବେ ଓଲଟି ଯାଇଛି ଭାରତୀୟ ଜନତା ପାର୍ଟି ।

ପ୍ରତିଶ୍ରୁତି ପାଳନ କରୁନି ବିଜେପି । ଏମିତି କିଛି ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ନେତା । ଏନେଇ ଟ୍ୱିଟ କରି ବର୍ଷିଛନ୍ତି ନବୀନ ପଟ୍ଟନାୟକ । ସେ ଲେଖିଛନ୍ତି ବିଜେପି ତାର ନିର୍ବାଚନୀ ଘୋଷଣାପତ୍ରରେ ଭତ୍ତାଧାରୀଙ୍କୁ ୩,୦୦୦ ତଥା ୩,୫୦୦ ଟଙ୍କା ଭତ୍ତା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଥିଲା । ଏଥିରେ ବୟସ୍କ, ଭିନ୍ନକ୍ଷମ, ବିଧବା ତଥା ନିରାଶ୍ରୟମାନେ ସାମିଲ ଥିଲେ । ହେଲେ ବଜେଟରେ କୁହାଯାଉଛି ଯେ କେବଳ ୮୦ ବର୍ଷ ବୟସରୁ ଅଧିକ ବୟସ୍କ ଏବଂ ୮୦% ଅକ୍ଷମତା ଥିବା ଭିନ୍ନକ୍ଷମ ଏହି ବର୍ଦ୍ଧିତ ଭତ୍ତା ପାଇବେ । ୪୫,୦୦୦ କୋଟି ଟଙ୍କାର ଋଣ ନେଇ ମଧ୍ୟ ଘୋଷଣା ପାଳନ କରାଯାଉ ନାହିଁ । ଏଥିରୁ ପୁରା ସ୍ପଷ୍ଟ ହେଉଛି, ବିଜେପିର ପ୍ରତିଶ୍ରୁତି ପାଣିର ଗାର ପାଲଟିଛି ।

ଭତ୍ତାଧାରୀ ବୟସ୍କ ତଥା ସମସ୍ତ ଓଡ଼ିଶାବାସୀଙ୍କ ସହ ପ୍ରତାରଣା ହୋଇଛି । ଏପରି ପ୍ରତାରଣା ଲୋକଙ୍କ ଭିତରେ ଜନ ଅସନ୍ତୋଷ ବଢ଼ାଇଛି । ଏନେଇ ୧୬ ଅଗଷ୍ଟରୁ ବିଜେଡି ଜନଜାଗରଣ ଅଭିଯାନ ଆରମ୍ଭ କରିବାକୁ ଯାଉଛି । ପ୍ରତି ପଞ୍ଚାୟତରେ ଏନେଇ ସଚେତନତା କାର୍ୟ୍ୟକ୍ରମ କରାଯିବ । ବୟୋଜ୍ୟେଷ୍ଠଙ୍କ ଅଧିକାର ପାଇଁ ବିଜେଡି ଆଗକୁ ବାହାରିବ । ପ୍ରତିଟି କର୍ମୀ ତଥା ସଚେତନ ନାଗରିକ ଏଥିରେ ସାମିଲ ହୋଇ ଲୋକଙ୍କୁ ବିଜେପିର ପ୍ରତାରଣା ବିଷୟରେ ଜାଗ୍ରତ କରିବେ ।

ନବୀନ ଆହୁରି ଲେଖିଛନ୍ତି କି, ମୁଁ ଆଶା କରୁଛି, ବିଜେପି ଓଡ଼ିଶାର ଲୋକଙ୍କୁ ଭୁଆଁ ନ ବୁଲେଇ, ପ୍ରଦାନ କରିଥିବା ପ୍ରତିଶ୍ରୁତି ପାଳନ କରିବ । ବିଜେପି ନିଜ ପ୍ରତିଶ୍ରୁତି ପୂରଣ ନ କରିବା ପର୍ୟ୍ୟନ୍ତ ଓଡ଼ିଶାବାସୀଙ୍କ ନିକଟରେ ଏହାକୁ ପହଞ୍ଚାଇବା ପାଇଁ ବିଜେଡି ସର୍ବଦା ନିଜର ଅଭିଯାନ ଜାରି ରଖିବ ବୋଲି କହିଛନ୍ତି ନବୀନ ପଟ୍ଟନାୟକ । ତେଣୁ ଏବେ ଚର୍ଚ୍ଚା ହେଲାଣି କି ରାସ୍ତାକୁ ଓହ୍ଲାଇବେ ନବୀନ ।

Related Articles

Back to top button
WP Twitter Auto Publish Powered By : XYZScripts.com