ଜାତୀୟ

ଦିଦିଙ୍କୁ କାହିଁକି ନିବେଦନ କଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି, ଦେଖନ୍ତୁ

କୋଲକାତା: ଅଶାନ୍ତ ପଶ୍ଚିମବଙ୍ଗ । ଜଳୁଛି ବିଦ୍ରୋହର ନିଆଁ । ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ମାମଲାରେ ଉଠୁଛି ପଡୁଛି ବେଙ୍ଗଲ । ଅଗଷ୍ଟ ୯ରେ କୋଲକାତାର ଆର୍‌ଜି କର ମେଡିକାଲ କଲେଜରେ ଜଣେ ପିଜି ତାଲିମପ୍ରାପ୍ତ ମହିଳା ଡାକ୍ତରଙ୍କୁ ବଳାତ୍କାର କରାଯାଇ ହତ୍ୟା କରାଯିବା ଘଟଣାରେ ଜୋର ଧରିଛି ପ୍ରତିବାଦ । ସେବେଠାରୁ ଏହି ପ୍ରସଙ୍ଗରେ ବଢ଼ିବାରେ ଲାଗିଛି ବିରୋଧ । ଯାହାକୁ ନେଇ ସାରା ଦେଶରେ ସୃଷ୍ଟି ହୋଇଛି ହଇଚଇ ।

ଏହାରି ଭିତରେ କଂଗ୍ରେସର ସାଧାରଣ ସମ୍ପାଦିକା ତଥା ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ମେଡିକାଲ କର୍ମଚାରୀ ଏବଂ ଡାକ୍ତରଙ୍କ ସମର୍ଥନରେ ବାହାରିଛନ୍ତି । ସେ କହିଛନ୍ତି ଯେ, କର୍ମକ୍ଷେତ୍ରରେ ମହିଳାଙ୍କ ସୁରକ୍ଷା ଦେଶରେ ଏକ ବଡ଼ ପ୍ରସଙ୍ଗ ଏବଂ ଏଥିପାଇଁ ଠୋସ୍‌ ପଦକ୍ଷେପ ଆବଶ୍ୟକ। ମୋର ନିବେଦନ ହେଉଛି ପୀଡ଼ିତାଙ୍କ ପରିବାର ଏବଂ ସାଥୀ ଡାକ୍ତରମାନେ ନ୍ୟାୟ ପାଇବା ଉଚିତ।

ପ୍ରିୟଙ୍କା ଏନେଇ ତାଙ୍କ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, କୋଲକାତା ଆର୍‌.ଜି କର ମେଡିକାଲ କଲେଜରେ ଜଣେ ମହିଳା ପ୍ରଶିକ୍ଷକ ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ହୃଦୟ ବିଦାରକ। କର୍ମକ୍ଷେତ୍ରରେ ମହିଳାଙ୍କ ସୁରକ୍ଷା ଦେଶରେ ଏକ ବଡ଼ ପ୍ରସଙ୍ଗ ଏବଂ ଏଥିପାଇଁ କଡ଼ା ପଦକ୍ଷେପ ଜରୁରୀ ।

ଏଭଳି ପରିସ୍ଥିତିରେ ମୁଁ ତୁରନ୍ତ  ଏବଂ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରୁଛି । ସେପଟେ ଏହି ଘଟଣାରେ ପୁଲିସକୁ କଡ଼ା ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଶୀଘ୍ର ତଦନ୍ତ ନ ସାରିଲେ ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Related Articles

Back to top button
WP Twitter Auto Publish Powered By : XYZScripts.com