ଜାତୀୟମନୋରଞ୍ଜନ

କିଏ ଏହି ପ୍ରନିତି ସିନେ୍ଦ? ଡିସେମ୍ବରରେ ଯାହାକୁ ରାହୁଲ ଗାନ୍ଧି କରିବେ ବିବାହ!

ନୂଆ ଦିଲ୍ଲୀ:  ଏବେ ସବୁ ଚର୍ଚ୍ଚାର ଘଟିବ ଅବସାନ । ଅପେକ୍ଷାର ହେବ ଅନ୍ତ । ଯେଉଁ ଚର୍ଚ୍ଚା ହେଉଥିଲା କି କେବେ ବିବାହ କରିବେ ରାହୁଲ ଗାନ୍ଧି, ତାହାର ଘଟିବାକୁ ଯାଉଛି ପରିସମାପ୍ତି । କାରଣ ଖୁବଶୀଘ୍ର ହାତରୁ ଦି ହାତ ହେବାକୁ ଯାଉଛନ୍ତି କଂଗ୍ରେସ ଯୁବରାଜ । ଅର୍ଥାତ ବିବାହ କରିବେ ୱାୟନାଡ ସାଂସଦ । ୨୦୨୪ ନଭେମ୍ବର କିମ୍ବା ଡିସେମ୍ବର ଶେଷରେ ବାଜିବ ଶାହାନାଇ ।

ଏନେଇ ରାହୁଲଙ୍କ ଘରେ ଏବେ ଠାରୁ ପ୍ରିପାରେସନ ଆରମ୍ଭ ହୋଇଗଲାଣି । ଏମିତି କିଛି ଚର୍ଚ୍ଚା ଏବେ ସୋସିଆଲ ମିଡିଆରେ ଜୋର ଧରିଛି । କୁହାଯାଉଛି ରାହୁଲଙ୍କ ବିବାହ ଫିକ୍ସ ହୋଇସାରିଛି । ଆଉ କନ୍ୟା ବି ମିଳି ଯାଇଛି । ତାଙ୍କର ଦୁଲହନ ସାଜିବାକୁ ଯାଉଛନ୍ତି ପ୍ରନିତି ସିନେ୍ଦ । ତେଣୁ ଭଉଣୀ ପ୍ରୟଙ୍କାଙ୍କୁ ଭାଉଜ ମିଳିଥିବା ବେଳେ ଓ ମାଆ ସୋନିଆଙ୍କୁ ମିଳିଯାଇଛି ବୋହୁ ।

ତେବେ କିଏ ଏହି ପ୍ରନିତି ସିନେ୍ଦ? ଯାହାର ହାତ ଧରିବେ ରାହୁଲ ଗାନ୍ଧି? ଏହି ଚର୍ଚ୍ଚା ପଛରେ କଣ ରହିଛି କାରଣ, ଆସନ୍ତୁ ନଜର ପକାଇବା । ପ୍ରନିତି ସିନେ୍ଦ, ସୋଲାପୁରର ଲୋକସଭା ସାଂସଦ । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶୀଲ ସିନେ୍ଦଙ୍କ ଝିଅ ।

ସୁଶୀଲଙ୍କ ପରେ ତାଙ୍କ ଝିଅ ସମ୍ଭାଳୁଛନ୍ତି ରାଜନୀତିର ଗଡ । ରାଜନୀତର ଜଣେ ଜଣାଶୁଣା ଚେହେରା ହେଉଛନ୍ତି ପ୍ରନିତି । ୨୦୦୯ରେ ୨୮ବର୍ଷରେ ସେ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ । ହେଲେ ଏଥର ସୋଲାପୁର ଆସନରୁ ବିଜେପି ପ୍ରାର୍ଥୀଙ୍କୁ ୭୦ହଜାର ଭୋଟରେ ହରାଇ ସେ ଲୋକସଭା ସାଂସଦ ହୋଇଛନ୍ତି ।

ତେବେ ପ୍ରଶ୍ନ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ସହ ତାଙ୍କର ବିବାହକୁ ନେଇ କାହିଁକି ଚର୍ଚ୍ଚା । କାରଣ ଲୋକସଭା ସଦସ୍ୟ ଭାବେ ଶପଥ ପାଠ ପାଇଁ ଯାଉଥିବା ବେଳେ ରାହୁଲଙ୍କୁ ଭେଟିଥିଲେ ପ୍ରନିତି । ଏହିସମୟରେ ହାତ ବଢାଇ ଦେଇଥିଲେ ରାହୁଲ । ଯାହାର ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି ।

ତେବେ ଏହି ମସଲା ଏବେ ଠାରୁ ନୁହେଁ ବରଂ ବହୁ ଆଗରୁ ଉଭୟଙ୍କ ନିବିଡତା ବଢିଯାଇଛି । ଭାରତ ଯୋଡୋ ଓ ନ୍ୟାୟ ଯାତ୍ରା ସମୟରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଏପରିକି ହାତ ଧରାଧରି ହୋଇ ବୁଲୁଥିଲେ ରାହୁଲ-ପ୍ରନିତି ।

କେବଳ ସେତିକି ନୁହେଁ ତେଲଙ୍ଗନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀଙ୍କ ଶପଥ ଗ୍ରହଣ ଉତ୍ସବରେ ରାହୁଲ ଓ ପ୍ରିୟଙ୍କାଙ୍କ ଠିକ୍ ପଛରେ ପ୍ରନିତି ବସିଥିବା ନଜର ଆସିଥିଲେ । ଆଉ ପାଖରେ ବସିଥିଲେ ମାଆ ସୋନିଆ ଗାନ୍ଧି । ତେଣୁ ୫୪ବର୍ଷୀୟ ରାହୁଲ ଗାନ୍ଧି ଓ ୪୪ ବର୍ଷୀୟ ପ୍ରନିତି ସିନେ୍ଦଙ୍କ ବିବାହ ଯଦି ହୁଏ, ତେବେ ଯେତିକି ବ୍ୟକ୍ତିଗତ ଫାଇଦା ପାଇବେ ତା ଠାରୁ ଅଧିକ ରାଜନୈତିକ ଫାଇଦା ମିଳିବ ବୋଲି କୁହାଯାଉଛି ।

ତେବେ ଏଠାରେ ଆପଣଙ୍କୁ ମନେ ପକାଇଦେଉଛୁ ଯେ, ପୂର୍ବରୁ ଦିଲ୍ଲୀରେ ଏକ ମିଟିଂ ବେଳେ ଯେତେବେଳେ ହରିୟାଣାର ମହିଳା ଏହି ପ୍ରଶ୍ନ କରିଥିଲେ, ସେତେବେଳେ ଝିଅ ଖୋଜିବା ପାଇଁ କହିଥିଲେ ସୋନିଆ ଗାନ୍ଧି ।

ଏହାପରେ ନିର୍ବାଚନ ପାଇଁ ରାଏବରେଲୀରେ ମାରାଥନ ପ୍ରଚାର ବେଳେ କେବେ ବିବାହ କରିବେ ବୋଲି ପ୍ରଶ୍ନ କରିଥିଲେ ସାଧାରଣ ଜନତା । ପରେ ପ୍ରିୟଙ୍କା ଏହାର ଜବାବ ଦେବାକୁ ଭାଇ ରାହୁଲଙ୍କୁ କହିଥିଲେ । ଆଉ ରାହୁଲ କହିଥିଲେ ଖୁବଶୀଘ୍ର । ଆଉ ଏବେ ଡିସେମ୍ବରରେ ବିବାହ ଫାଇନାଲ ହୋଇଥିବା ଚର୍ଚ୍ଚା ହେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com