ଜାତୀୟରାଜନୀତି

୨୦୨୫ ନିର୍ବାଚନରେ ୪୦ ମହିଳାଙ୍କୁ ଟିକେଟ୍ ଦେବ ଜନ ସୁରଜ ପାର୍ଟି: ପ୍ରଶାନ୍ତ କିଶୋର

ବିହାର: ୨୦୨୫ରେ ବିହାର ବିଧାନସଭା ନିର୍ବାଚନ । କିନ୍ତ ଏହା ପୂର୍ବରୁ ବଡ ଘୋଷଣା କରିଛନ୍ତି ରାଜନୀତିଜ୍ଞ  ଓରଫ ପିକେ । ନିକଟରେ ଗଢିଥିବା ଦଳ ଜନ ସ୍ୱରାଜ ଏଥର ଲଢିବ ଇଲେକ୍ସନ ।

ସମସ୍ତ ୨୪୩ ସିଟରେ ଦେବ ପ୍ରାର୍ଥୀ । କେବଳ ସେତିକି ନୁହେଁ , ମହିଳାଙ୍କୁ ବି ଗୁରୁତ୍ୱ ଦେଇଛନ୍ତି ପିକେ । କହିଛନ୍ତି ଅତି କମରେ ୪୦ ମହିଳାଙ୍କୁ ମିଳିବ ଟିକେଟ୍ । ସେହିପରି ୨୦୩୦ରେ ଏହି ସଂଖ୍ୟା ବଢି ଅତିକମରେ ୭୦ରୁ ୮୦ ହେବ । ଅର୍ଥାତ୍ ପାର୍ଟିରେ ୭୦-୮୦ ଜଣ ରହିବେ ମହିଳା ପ୍ରାର୍ଥୀ ।

କାରଣ ଯେପର୍ଯ୍ୟନ୍ତ ମହିଳାଙ୍କୁ ସମାନତା ମିଳିନାହିଁ ସେପର୍ଯ୍ୟନ୍ତ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ ହୋଇପାରିବେ ନାହିଁ ବୋଲି କହିଛନ୍ତି ପିକେ । ଶୁଣନ୍ତୁ କଣ କହୁଛନ୍ତି ପ୍ରଶାନ୍ତ କିଶୋର l

ସେହିପରି ୨ ଦିନ ପୂର୍ବେ ଏକ ସାକ୍ଷାତକାରରେ ପିକେ ଘୋଷଣା କରିଛନ୍ତି ଯେ, ତାଙ୍କ ଦଳ କ୍ଷମତାକୁ ଆସିଲେ ରାଜ୍ୟରେ ସମ୍ପୂର୍ଣ୍ଣ ମଦ ବନ୍ଦ କରିବେ । ଆଉ ବିହାର ହେବ ମଦ ମୁକ୍ତ ରାଜ୍ୟ । ତେବେ ଆସନ୍ତା ନିର୍ବାଚନରେ ପିକେଙ୍କ ଏହି ବୟାନ ବିହାରବାସୀଙ୍କ ଉପରେ କେତେ ପ୍ରଭାବ ପକାଉଛି ତାହାକୁ ଅପେକ୍ଷା ।

Related Articles

Back to top button
WP Twitter Auto Publish Powered By : XYZScripts.com