ଓଡ଼ିଶାବାଣିଜ୍ୟ

ବଢୁଛି ବାର୍ଡ ଫ୍ଲୁ ଭୟ; ସଂକ୍ରମଣର ଆତଙ୍କ, ପ୍ରଭାବିତ ଅଞ୍ଚଳରୁ କଲିଂ ଆରମ୍ଭ…

ପୁରୀ: ପିପିଲିରେ ଦେଖା ଦେଇଛି ବାର୍ଡ ଫ୍ଲୁ ଭୟ । ଏପଟେ ଆରମ୍ଭ ହେଲା କୁକୁଡା ମରା ଅଭିଯାନ। ଫାର୍ମରେ ମଲେଣି ହଜାର ହଜାର କୁକୁଡ଼ା । ଆଜି ଅର୍ଥାତ ସୋମବାର ଦିନ ଚିକେନ କଲିଂର ତୃତୀୟ ଦିନ ।

ତେବେ ସ୍ଥିତି ପରଖିବା ପାଇଁ ଆନିମଲ ଡିଜିଜ୍ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ଏକ ୧୩ ଜଣିିଆ ଟିମ୍ ପହଞ୍ଚି ସାମ୍ପଲ ପରୀକ୍ଷା କରୁଛି । କାଲି ସଂଧ୍ୟାରୁ ଆଜି ପର୍ଯ୍ୟନ୍ତ ପିପିଲି ଆବଲପୁର ଗାଁରୁ ପ୍ରାୟ ୫ ହଜାର କୁକୁଡ଼ା ମରାଯାଇଥିଲା ବେଳେ ପୁରା ଅଞ୍ଚଳରୁ ବିଭିନ୍ନ ବ୍ରଏଲର ଫାର୍ମରେ ଥିବା ପ୍ରାୟ ୨୦ ହଜାରରୁ ଅଧିକ କୁକୁଡ଼ା ମାରିବାକୁ ଲକ୍ଷ୍ୟ ରହିଛି।

କଲିଂ ଅପରେସନ୍ ସହ ସାନିଟେସନ୍ ଉପରେ ମଧ୍ୟ ବିଶେଷ ଗୁରୁତ୍ବ ଦେଉଛି ବିଭାଗ । ପୁରୀ ଜିଲ୍ଲା ପିପିଲି ବ୍ଳକ ତେଇଶପୁର ପଂଚାୟତରେ ଥିବା ଆବଲପୁର ଗାଁରେ । ଯେଉଁଠି ହଜାର ହଜାର ସଂଖ୍ୟକ କୁକୁଡ଼ା ମରିଯାଇଥିବା ସୂଚନା ମିଳିଛି ।

ତେଣୁ ତେଇଶପୁର ପଂଚାୟତରେ ଥିବା ଅନେକ କୁକୁଡ଼ା ଚାଷୀଙ୍କ ଅବସ୍ଥା ଏବେ ଅସମ୍ଭାଳ । ପ୍ରତି ମୁହୂର୍ତ୍ତରେ ଚାଷୀମାନେ ସେମାନଙ୍କ ଫାର୍ମରରୁ ମଲା କୁକୁଡ଼ା ବାହାର କରି ଗାତ ଖୋଳି ପୋତୁଛନ୍ତି । ସେପଟେ ଏହି ଘଟଣା ସମ୍ପର୍କରେ ଜାଣିବାକୁ ଗାଁକୁ ଯାଇଥିବା ଟିମ୍ ଚାଷୀମାନଙ୍କ ଠାରୁ ରୋଗ ସମ୍ପର୍କରେ ଗୋଟି ଗୋଟି କରି ବୁଝୁଛନ୍ତି ।

ବଞ୍ଚିଥିବା କୁକୁଡ଼ାମାନଙ୍କ ରକ୍ତ ମଳ ମୂତ୍ର ଏବଂ ପାଟିରୁ ଲାଳ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ନେଇଛନ୍ତି । ଦୁଇ ତିନି ମଧ୍ୟରେ କୁକୁଡ଼ା ଗୁଡ଼ିକର ମୃତ୍ୟୁର କାରଣ ଜଣା ପଡ଼ିବ ବୋଲି କୁହାଯାଉଛି । ଅନ୍ୟପଟେ ପଶ୍ଚିମବଙ୍ଗ ପଲ୍ୟୁଟ୍ରି ଫେଡେରେସନ ପକ୍ଷରୁ ଓଡ଼ିଶାରୁ ପଶ୍ଚିମବଙ୍ଗକୁ କୁକୁଡା ଓ କୁକୁଡା ଜାତ ଦ୍ରବ୍ୟର ଆମଦାନୀ ଉପରେ ରବିବାର ରୋକ୍ ଲଗାଯାଇଛି।

ପଶ୍ଚିମବଙ୍ଗ ପଲ୍ୟୁଟ୍ରି ଫେଡେରେସନ ପକ୍ଷରୁ ଉକ୍ତ ରାଜ୍ୟର ସମସ୍ତ କୁକୁଡା ବ୍ୟବସାୟୀଙ୍କୁ ଏହି ସୂଚନା ଦିଆଯିବା ସହ ଓଡ଼ିଶାରୁ କୌଣସି ଜୀବନ୍ତ କୁକୁଡା ଓ କୁକୁଡା ଉତ୍ପାଦ ନଆଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଦିଗରେ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com