ଓଡ଼ିଶା

ଗିରଫ ହେଲେ ଛତ୍ରପୁର ବିଇଓ; ମହଙ୍ଗା ପଡ଼ିଲା ଆୟ ବହିର୍ଭୂତ ସଂପତ୍ତି

ଭୁବନେଶ୍ବର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଛତ୍ରପୁର ବିଇଓଙ୍କୁ ବାନ୍ଧିଲା ଭିଜିଲାନ୍ସ । ଛତ୍ରପୁର ବିଇଓ ସୀତାରାମ ପାତ୍ରଙ୍କୁ ଗିରଫ କଲା ଭିଜିଲାନ୍ସ । ଭିଜିଲାନ୍ସ ଚଢାଉ ବେଳେ ବିଇଓ ସୀତାରାମଙ୍କର ବ୍ୟାପକ ସମ୍ପତ୍ତି ଠାବ ହୋଇଥିଲା ।

ବିଇଓଙ୍କର ୩ଟି ବହୁତଳ କୋଠା ଠାବ ହେବା ସହ ସେଠାରୁ ମିଳିଥିଲା ୬.୫୦ ଲକ୍ଷ ନଗଦ ଟଙ୍କା । ଏହାସହ ବ୍ୟାଙ୍କ ଜମା ୩୫.୬୧ ଲକ୍ଷ ଟଙ୍କା ଠାବ ହୋଇଥିଲା । ଗୋଟିଏ କାର୍ ମଧ୍ୟ ଜବତ ହୋଇଥିଲା ।

ଗତକାଲି ବିଇଓଙ୍କର ଗଞ୍ଜାମ ଜିଲ୍ଲାର ଛତ୍ରପୁର ସରକାରୀ କାର୍ଯ୍ୟାଳୟ, ବ୍ରହ୍ମପୁର ସହରର ରାମ କୃଷ୍ଣନଗରରେ ଥିବା ଘର ସମେତ ୩ଟି ସ୍ଥାନ ଓ ପୋଲସରାର ୨ଟି ସ୍ଥାନରେ ଏକାକାଳୀନ ଚଢାଉ କରାଯାଇଥିଲା। ।

ଚଢ଼ାଉ ବେଳେ ବିଇଓଙ୍କର ୩ଟି ବହୁତଳ କୋଠା ଠାବ କରିଥିଲେ ଭିଜିଲାନ୍ସ ଅଧିକାରୀ। ଏଥିସହ ବିଇଓଙ୍କ ଘରୁ ନଗଦ ୬.୫ ଲକ୍ଷ ଟଙ୍କା ସହ ବ୍ୟାଙ୍କ ଜମା ୩୫.୬୧ ଲକ୍ଷ ଟଙ୍କା ଓ ଗୋଟିଏ କାର୍ ଠାବ କରାଯାଇଥିଲା।

ସେହିପରି ଚଢ଼ାଉ ବେଳେ ସୁନା, ରୁପା ଗିନା,ଚାମଚ, ଦାମୀ ଘଣ୍ଟା ଜବତ କରାଯାଇଥିବା ସୂଚନା ରହିଛି। ବିଇଓ ଠୁଳ କରିଥିବା ସମ୍ପତ୍ତି ବାବଦରେ ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିବାରୁ ଭିଜିଲାନ୍ସ ଆଜି ତାଙ୍କୁ ଗିରଫ କରିଛି।

Related Articles

Back to top button
WP Twitter Auto Publish Powered By : XYZScripts.com