ଓଡ଼ିଶାରାଜନୀତି

ସୁଭଦ୍ରା ପାଇଁ ଗର୍ଜିଲେ ବିରୋଧୀ, ୧୧.୩୦ ପର୍ଯ୍ୟନ୍ତ ଗୃହ ହେଲା ମୁଲତବୀ

ଭୁବନେଶ୍ବର: ବିଧାନସଭା ପ୍ରଶ୍ନକାଳରେ ବିରୋଧୀଙ୍କ ହଙ୍ଗାମା । ‘ସୁଭଦ୍ରା’ ଯୋଜନାକୁ ନେଇ ବିଧାନସଭାରେ ବିରୋଧୀ ବିଜେଡି ସଦସ୍ୟଙ୍କ ହଟ୍ଟଗୋଳ । ବିଧାନସଭା ଆରମ୍ଭରେ ଦିବଙ୍ଗତ ସମ୍ବଲପୁରର ପୂର୍ବତନ ବିଧାୟକ ଅଶ୍ବିନୀ ଗୁରୁଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଥିଲେ।

ତାପରେ ତାଙ୍କ ବିୟୋଗରେ ନୀରବ ପ୍ରାର୍ଥନା କରାଯାଇଥିଲା । ଏହାପରେ ପ୍ରଶ୍ନକାଳ ଆରମ୍ଭରୁ ମୁଖ୍ୟମନ୍ତ୍ରୀ ନିଜର ଉତ୍ତର ରଖିବା ବେଳେ ସୁଭଦ୍ରା ଯୋଜନାରେ ଜାରି ହୋଇଥିବା ମାର୍ଗଦର୍ଶିକାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିରୋଧୀ l ତେବେ ଗୃହର ମଧ୍ୟଭାଗକୁ ଆସି ପ୍ରତିବାଦ କରିବା ସହ ନାରାବାଜି କରିଥିଲେ । ସୁଭଦ୍ରା ଯୋଜନାରେ ସବୁ ମହିଳାଙ୍କୁ ସାମିଲ କରିବାକୁ ବିରୋଧୀ ଦଳ ଦାବି କରିଛନ୍ତି ।

Sଏଥିସହ ଚିକିଟି ଓ ଅନ୍ୟ ପ୍ରସଙ୍ଗକୁ ନେଇ ବିଧାନସଭା ପ୍ରଶ୍ନକାଳରେ ପ୍ରତିବାଦ କରିଥିଲେ । ଏନେଇ ସୋମବାର ବିଧାନସଭାରେ ହଟ୍ଟଗୋଳ ସହ ବାଚସ୍ପତିଙ୍କ ପୋଡିୟମ୍‌ ନିକଟରେ ମଧ୍ୟ ଗର୍ଜି ଥିଲେ ବିରୋଧୀ । ଫଳରେ ଆଜି ଅର୍ଥାତ ସୋମବାର ଦିନ ବିଧାନସଭା ଆରମ୍ଭରେ ବିରୋଧୀ ସଦସ୍ୟମାନେ ହୋହଲ୍ଲା କରିବାରୁ ଦିନ ସାଢେ ୧୧.୩୦ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ।

Related Articles

Back to top button
WP Twitter Auto Publish Powered By : XYZScripts.com