ଓଡ଼ିଶା

ଶୁଭଦ୍ରା ଯୋଜନା ପ୍ରଥମ କିସ୍ତି ଦେବେ ପ୍ରଧାନମନ୍ତ୍ରୀ ମୋଦି, କେବେଠୁ ଜାଣନ୍ତୁ

ଭୁବନେଶ୍ୱର: ବହୁଚର୍ଚ୍ଚିତ ‘ସୁଭଦ୍ରା’ ଯୋଜନା ପାଇଁ ଚାଲିଛି ଆବେଦନ। ମହିଳାଙ୍କୁ ହାତ ଖର୍ଚ୍ଚ ଦେବା ପାଇଁ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନା ଆରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ସୁଭଦ୍ରା ଟଙ୍କା ବାଣ୍ଟିବେ ବୋଲି ଜଣାପଡିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୭ ଅର୍ଥାତ୍‌ ନିଜ ଜନ୍ମଦିନରେ ଓଡ଼ିଶା ଗସ୍ତରେ ଆସିବେ ବୋଲି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି । ଏହି ସୂଚନା ଦେଇ ସେ କହିଛନ୍ତି, ୧୭ ତାରିଖରେ ଜନତା ମଇଦାନରେ ପ୍ରଧାନମନ୍ତ୍ରୀ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ।

ସେହି ଦିନ ଏହି ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରାଯିବ। ସୁଭଦ୍ରା ଯୋଜନାର ସମସ୍ତ ସୂଚନା ପାଇଁ ସୋମବାର ‘ସୁଭଦ୍ରା ପୋର୍ଟାଲ’ ଉନ୍ମୋଚନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସୁଭଦ୍ରାର ସମସ୍ତ ସୂଚନା ଏଣିକି ସୁଭଦ୍ରା ପୋର୍ଟାଲରେ ଉପଲବ୍ଧ ହେବ।

ସୁଭଦ୍ରା ଯୋଜନା ବିଷୟରେ ଜାଣିବାକୁ ଚାହୁଁଥିଲେ ଜଣେ ହିତାଧୀକାରୀ http://subhadra.odisha.gov.in ଲଗ୍‌ ଇନ୍‌ କରି ସବୁକିଛି ସୂଚନା ପାଇପାରିବେ। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, କିଛି ତଥ୍ୟ ଜାଣିବାକୁ ଚାହୁଁଥିଲେ ପୋର୍ଟାଲରୁ ହିଁ ଜାଣିହେବ।

ସୁଭଦ୍ରା ଯୋଜପାର ଫର୍ମ ବଣ୍ଟନ ଆରମ୍ଭ ହୋଇଛି, ୪ରୁ ଫର୍ମ ସଂଗ୍ରହ ଆରମ୍ଭ ହେବ। ଫର୍ମ ପୂରଣ କରି ଆଧାର କାର୍ଡ ନକଲ ସହ ଦାଖଲ କରିବେ। ମୋ ସେବା କେନ୍ଦ୍ର ବା ଜନସେବା କେନ୍ଦ୍ରରେ ଫର୍ମ ଦାଖଲ କରି ପାରିବେ।

ଫର୍ମ ବଣ୍ଟନ ଓ ଦାଖଲ ସଂପୂର୍ଣ୍ଣ ମାଗଣାରେ ହେବ। ସବୁ ଯୋଗ୍ୟ ମହିଳାଙ୍କୁ ମିଳିବା ପର୍ଯ୍ୟନ୍ତ ଏହା ଚାଲୁ ରହିବ କହିଛନ୍ତି। ସରକାରଙ୍କ ଅନୁମୋଦନ କ୍ରମେ ଚଳିତ ବର୍ଷର ରାକ୍ଷୀ ପୁର୍ଣ୍ଣିମା କିସ୍ତି ସେପ୍ଟେମ୍ବର ୧୭ ତାରିଖ ଦିନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ଦେବା ଆରମ୍ଭ କରାଯିବ ଏବଂ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ମିଳିଲା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ ।

Related Articles

Back to top button
WP Twitter Auto Publish Powered By : XYZScripts.com