ଓଡ଼ିଶା

ବିଳମ୍ବିତ ରାତିରେ ୩ ଜଣ ଯୁବକଙ୍କ ନିକଟରୁ ସୁନା ଗହଣା ଚୋରି, ପୁଲିସର ଆରମ୍ଭ ତଦନ୍ତ

ବାଲେଶ୍ୱର: ୧୬ ନମ୍ବର ଜାତୀୟ ରାଜପଥ ଦହିସଡା ନିକଟରୁ ବିଳମ୍ବିତ ରାତିରେ ୩ ଜଣ ଯୁବକଙ୍କ ନିକଟରୁ ସୁନା ଗହଣା ଚୋରି l ଏନେଇ ଚୋରି ଘଟଣାକୁ ନେଇ ସୋର ଥାନାରେ ଅଭିଯୋଗ ।

ସୂଚନା ଅନୁସାରେ ସୋର ପୌରପାଳିକା ଅନ୍ତର୍ଗତ ବଢ଼େଇ ସାହି ଗ୍ରାମର ସ୍ମୃତିରଞ୍ଜନ ଦାସ, ଶୁଭ୍ରାଂଶୁ ବେହେରା,ସଚ୍ଚିଦାନନ୍ଦ ରାଉତ କୌଣସି କାମରେ ଶେରଗଡ଼ ଯାଇ ରାତିରେ ନିଜ ଘରକୁ ବାଇକରେ ଫେରୁଥିବା ବେଳେ ଚାରି ଜଣ ଯୁବକ ଏହି ସ୍ଥାନରେ ଦୁଇଟି ବାଇକରେ ଆସି ତାଙ୍କୁ ଅଟକାଇଥିଲେ । ବାଇକ ଅଟକିବା ପରେ ଦୁର୍ବୁର୍ତ୍ତ ମାନେ ତିନି ଜଣଙ୍କୁ ମାଡ଼ ମାରି ଖୁରରେ ଆକ୍ରମଣ କରି ତାଙ୍କ ନିକଟରୁ ଦୁଇଟି ସୁନାଚେନ ସମେତ ଏକ ସୁନା ଲକେଟକୁ ଲୁଟ କରି ନେଇଯାଇଥିଲେ ।

ଲୁଟର ଶିକାର ହୋଇଥିବା ଯୁବକ ମାନେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେଠାରୁ ସୋର ଥାନାରେ ପହଁଞ୍ଚିବା ପରେ ପୁଲିସ ସମସ୍ତଙ୍କୁ ନେଇ ସୋର ମେଡ଼ିକାଲରେ ଚିକିତ୍ସା କରାଇଥିଲେ । ଚିକିତ୍ସିତ ହୋଇ ଯୁବକ ମାନେ ସୋର ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com