ଓଡ଼ିଶାମନୋରଞ୍ଜନ

ମେଗା ଧାରାବାହିକ ‘ସୁନା ଝିଅ’ କାହାଣୀରେ ଦେଖିବାକୁ ମିଳିବ ବଡ଼ ଟ୍ଵିଷ୍ଟ

ଭୁବନେଶ୍ୱର(ଆଶିଷ ମହାନ୍ତି): ଓଡ଼ିଆ ଘରର କାହାଣୀ ଓ ପ୍ରଗତିଶୀଳ ଓଡ଼ିଆ ମହିଳାମାନଙ୍କ ଜୀବନ ଯାତ୍ରାକୁ ନିଜର ମେଗା ଧାରାବାହିକ ” ସୁନା ଝିଅ “l ଯେଉଁଥିରେ ପ୍ରିୟା, ବିଷ୍ଣୁ ଏବଂ ପରିବାରର ସଦସ୍ୟଙ୍କ ଭିତରେ ରାଗରୁଷା,ମାନ ଅଭିମାନ, ଷଡଯନ୍ତ୍ର ଓ ଭଲପାଇବା ଉପରେ ଆଧାରିତ କାହାଣୀ… ଯାହାକୁ ଓଡ଼ିଆ ଦର୍ଶକଙ୍କ ପାଖରୁ ମିଳି ଆସୁଛି ଅଶେଷ ଭଲପାଇବା ।

ତେବେ ଏହି ଧାରାବାହିକରେ ଏବେ ଦର୍ଶକ ଦେଖିବାକୁ ପାଇବେ ଏକ ରୋଚକ କଥା । କାହାଣୀରେ ଦେଖିବାକୁ ମିଳିବ ତ୍ରିକୋଣୀୟ ମୋଡ଼। ଦୁର୍ଘଟଣାରେ ପ୍ରିୟା ନିଜର ସ୍ମରଣ ଶକ୍ତି ହରେଇ ବସିଵା ପରେ ପୁଣି ଦୁଇ ଝିଅ ଅଂଶୁ ବଂଶୁ ସମ୍ପର୍କରେ ଆସି ବିଷ୍ଣୁଙ୍କ ନିକଟତର ହୋଇଛନ୍ତି ପ୍ରିୟା। ତେବେ ପ୍ରିୟା କଣ ସବୁ କଥା ମନେ ପକେଇପାରିବେ….. ଅତୀତରେ ଘଟିଥିବା ସବୁ ରହସ୍ୟ ପଛରୁ କେବେ ଉଠିବ ପରଦା ।

ପ୍ରିୟାର ଭଲ ପାଇବାକୁ କଣ ସତରେ ଫେରିପାଇବେ ଅଂଶୁ ଓ ବଂଶୁ ? ଏହିଭଳି ରୋଚକ କାହାଣୀର ଯାତ୍ରାରେ ଓଡି଼ଶାର ଦର୍ଶକ ସାମିଲ ହେବା ସହିତ ଧାରାବାହିକକୁ ଦେଖିବାକୁ ଅନୁରୋଧ କରିଛନ୍ତି ସମସ୍ତ କଳାକାର।

Related Articles

Back to top button
WP Twitter Auto Publish Powered By : XYZScripts.com