Uncategorizedଜାତୀୟରାଜନୀତି

ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଆତିଶି ମାରଲେନା: ଅରବିନ୍ଦ କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ଏଥର ଦିଲ୍ଲୀ ଶାସନ ଭାର ସମ୍ଭାଳିବେ ଆତିଶି । ଅରବିନ୍ଦ କେଜ୍ରିଓ୍ବାଲଙ୍କ ପରେ ପରବର୍ତ୍ତୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମାରଲେନା । ଆମ ଆଦମୀ ପାର୍ଟିର ବିଧାୟକ ଦଳର ବୈଠକରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତାଙ୍କ ନାମ ପ୍ରସ୍ତାବ ଦେଇଥିଲେ ।

ଆପ ବିଧାୟକ ଦଳ ବୈଠକରେ ଆତିଶିଙ୍କ ନାଁରେ ମୋହର ବାଜିବା ପରେ ସର୍ବସମ୍ମତିରେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି । ଏନେଇ ଆତିଶିଙ୍କ ନାଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ତେବେ କେଜ୍ରିଓ୍ବାଲଙ୍କ ଇସ୍ତଫା ଘୋଷଣା ପରେ ଦିଲ୍ଲୀ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବ କିଏ ଚର୍ଚ୍ଚା ହେଉଥିଲା l

ସୂଚନା ଥାଉ କି, ଗତ ୧୩ ତାରିଖରେ କେଜ୍ରିୱାଲ ମଦ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟରୁ ଜାମିନ ପାଇ ମୁକୁଳିବା ପରେ ଇସ୍ତଫା ଦେବା ଲାଗି ଘୋଷଣା କରିଥିଲେ । ସୁପ୍ରିମକୋର୍ଟରୁ ତାଙ୍କୁ ନ୍ୟାୟ ମିଳିଛି । ସେ ନିର୍ଦ୍ଦୋଷ ବୋଲି ଜନତା କହିବା ପରେ ମୁଖ୍ୟମନ୍ତ୍ରୀ ଚୌକିରେ ବସିବେ ବୋଲି କେଜ୍ରିୱାଲ କହିଥିଲେ ।

ତାଙ୍କ ଇସ୍ତଫା ପରେ ତିନି ଜଣଙ୍କ ନାମ ସାମ୍ମନାକୁ ଆସିଥିଲା l ସେହି ତିନି ଜଣ ହେଲେ କୈଳାସ ଗେହଲଟ, ଗୋପାଳ ରାୟ, ଆତିଶି କିମ୍ବା କେଜରିୱାଲଙ୍କ ସ୍ତ୍ରୀ ସୁନୀତା କେଜ୍ରିୱାଲଙ୍କ ମଧ୍ୟରୁ କେହି ଜଣେ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା । ଏବେ ସବୁ ଚର୍ଚ୍ଚାର ଅନ୍ତ ଘଟିଛି । ଆଉ ଆଜି ତାଙ୍କ ନାଁରେ ମୋହର ମାରିଛନ୍ତି କେଜ୍ରିଓ୍ବାଲ ।

Related Articles

Back to top button
WP Twitter Auto Publish Powered By : XYZScripts.com