ଓଡ଼ିଶାଜାତୀୟରାଜନୀତି

ନିଜ ଜନ୍ମ ଦିନରେ,ମୋଦିଙ୍କ କଂଗ୍ରେସକୁ ତେରଛା ବାଣ, କଣ ଜାଣନ୍ତୁ

ଭୁବନେଶ୍ୱର: ନିଜ ଜନ୍ମ ଦିନରେ ଓଡିଶା ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି l ପ୍ରଥମେ ଗାଡ଼କଣ ଶବର ସାହିରେ ପିଏମ ଆବାସ ଯୋଜନା ଉଦ୍ଘାଟନ କଲେ l ପରେ ମହିଳାଙ୍କ ହାତ ରୋଷେଇ ସୁସ୍ୱାଦୁ କ୍ଷୀରି ଖାଇ ଏଭଳି ନିଜ ଜନ୍ମ ଦିନକୁ ପାଳନ କଲେ ପ୍ରଧାନମନ୍ତ୍ରୀ ମୋଦି l

ଅନ୍ୟପଟେ ଭୁବନେଶ୍ୱରର ଜନତା ମୈଦାନରେ ରାଜ୍ୟର ବହୁ ପ୍ରତିକ୍ଷିତ ସୁଭଦ୍ରା ଯାଜନାର ଶୁଭାରମ୍ଭ କଲେ l ତେବେ ଜନସଭାକୁ ସମ୍ବୋଧନ କରି ସେ କହିଛନ୍ତି, ଓଡ଼ିଶାବାସୀଙ୍କୁ ଆଗୁଆ ଦଶହରା ଶୁଭେଚ୍ଛା । ପ୍ରଭୁ ଜଗନ୍ନାଥଙ୍କ କୃପାରୁ ପୁଣି ଓଡ଼ିଶା ଆସିବା ସୌଭାଗ୍ୟ ମିଳିଲା । ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଥିଲେ ଜନତାଙ୍କ ସେବା ସୁଯୋଗ ମିଳେ l

ଓଡ଼ିଶାର ମା’ ମାନଙ୍କ ପାଇଁ ସୁଭଦ୍ରା ଶୁଭାରମ୍ଭ ସୁଯୋଗ ମିଳିଥିବାରୁ ସେ ବେଶ ଖୁସି । ଓଡ଼ିଶାର ନୂଆ ସରକାର ଶପଥ ସମାରୋହକୁ ଆସିଥିଲି ଆଜି ସୁଭଦ୍ରା ଶୁଭାରମ୍ଭ ଅବସରରେ ଓଡ଼ିଶକୁ ଆସିଥିବା ସେ କହିଛନ୍ତି ।

ତେବେ ଉଦ୍‌ଘାଟନୀ ଉତ୍ସବରେ ମୋଦି ନାଁ ନନେଇ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି, ଗଣେଶ ଉତ୍ସବ ଆମ ଏକତାର ପ୍ରତୀକ । ମୁଁ ଗଣେଶ ପୂଜନରେ ସାମିଲ ହେବାରୁ କିଛି ଲୋକଙ୍କୁ ବାଧିଥିଲା । ସେମାନେ ମୋ ନାଁରେ ଅପପ୍ରଚାର ଆରମ୍ଭ କରିଦେଲେ ।

ତେବେ ସେମାନେ ଗଣପତିଙ୍କୁ କେତେ ସମ୍ମାନ ଦିଅନ୍ତି ସବୁ ଜାଣିଛନ୍ତି । ଗଣେଶ ପୂଜାରେ କର୍ଣ୍ଣାଟକରେ ସେମାନେ ସବୁ ସୀମା ଟପିଗଲେ । କିଛି କ୍ଷମତାଶୀଳ ଲୋକଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରୁଛନ୍ତି । ସେଭଳି ଘୃଣା ସୃଷ୍ଟିକାରୀଙ୍କୁ ଆଗକୁ ବଢ଼ିବାକୁ ଦେବାନି ବୋଲି ମୋଦି କହିଛନ୍ତି ।

ସୂଚନା ଅନୂସାରେ ମୋଦି ବିଭିନ୍ନ ସରକାରୀ ଯୋଜନା ଓ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ଏହି ପରିପ୍ରେକ୍ଷୀରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com