ଜାତୀୟ

ଲ୍ୟାବ ରିପୋର୍ଟରେ ସାଂଘାତିକ ତଥ୍ୟ । ଶୁଣିଲେ ଆପଣଙ୍କର ଉଡିଯିବ ହୋସ୍ । ଦେଖନ୍ତୁ ଡିଟେଲ୍ସ

ହାଇଦ୍ରାବାଦ: ତିରୁପତିଙ୍କ ମନ୍ଦିର ପ୍ରସାଦକୁ ନେଇ ସାମ୍ନାକୁ ଆସିଛି ଛାଞ୍ଚଲ୍ୟକର ତଥ୍ୟ । ଯେକେହିବି ଶୁଣିବ ପ୍ରଥମେ କିଛି ସମୟ ଅବାକ ହୋଇଯିବ । କାରଣ ଏହା ସନାତନ ଧର୍ମୀୟ ଭାବନାକୁ ମିଳିଛି ସାଙ୍ଘାତି ଧୋକା । ଏଭଳି ଅଭିଯୋଗ ଆଣିଛନ୍ତି ବିଭିନ୍ନ ରାଜନୀତିକ ସଂଗଠନଙ୍କ ସହ କିଛି ଧାର୍ମିକ ଅନୁଷ୍ଠାନ ।

ଅନ୍ୟପଟେ ତିରୁପତି ବାଲାଜୀ ମନ୍ଦିରରେ ମିଳୁଥିବା ଏହି ଲଡୁର ପୂର୍ବରୁ ହିଁ ଖୁବ୍ ଚାହିଦା ରହି ଆସିଛି । ଏହି ଲଡୁ ଭୋଗ ବିନା ଭଗବାନଙ୍କ ଦର୍ଶନ ଅସମ୍ପୂର୍ଣ୍ଣ ବୋଲି ମଧ୍ୟ କୁହାଯାଏ । ଏହି ଲଡୁ ପ୍ରସ୍ତୁତ କରିବାର ଶୈଳୀ ଖୁବ୍ ଭିନ୍ନ । ଏହି ଲଡୁ ପ୍ରସ୍ତୁତ ପାଇଁ ଏକ ସ୍ୱତନ୍ତ୍ର ରୋଷେଇ ଘର ମଧ୍ୟ ରହିଛି । ପ୍ରଥମେ ଲଡୁ ତିଆରି କରିବା ପାଇଁ କାଠ ଚୁଲ୍ଲା ବ୍ୟବହାର କରାଯାଉଥିଲା । ମାତ୍ର ୧୯୮୪ ପରେ ଗ୍ୟାସର ବ୍ୟବହାର କରାଗଲା । ଦୈନିକ ୮ ଲକ୍ଷ ଲଡୁ ତିଆରି କରାଯାଏ ।

ତେବେ ଏହି ତିରୁପତିଙ୍କ ମନ୍ଦିର ପ୍ରସାଦରେ ବଣ୍ଟନ କରାଯିବା ପାଇଁ ତିଆରି ହେଉଥିବା ଲଡୁରେ ଗୋମାଂସ ଚର୍ବି, ମାଛ ତେଲ ଏବଂ ଖଜୁରୀ ତେଲ ବ୍ୟବହାର କରାଯାଉଛି ବୋଲି, NDDB CALF ନାମକ ଘରୋଇ ଲ୍ୟାବ୍ ପକ୍ଷରୁ ପ୍ରସ୍ତୁତ ଏହି ରିପୋର୍ଟରେ ଉଲ୍ଲେଖ ଅଛି ଯେ, ତିରୁପତି ଲଡ଼ୁରେ ତାଳ ତେଲ, ମାଛ ତେଲ,ଗୋ ମାଂସରୁ ବାହାରୁଥିବା ଚର୍ବି, ଘୁଷୁରି ଚର୍ବିର ମିଶ୍ରଣ କରାଯାଉଛି । ଏହି ପ୍ରସାଦ ଅପମିଶ୍ରଣ ଘୋଟାଲକୁ ନେଇ ଶାସକ ତେଲୁଗୁ ଦେଶମ ପାର୍ଟି ଦାବି କରିଛି ।

ଯାହା କି, ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପଓ୍ବନ କଲ୍ୟାଣ ସନାତନ ଧର୍ମ ରକ୍ଷା ବୋର୍ଡ ଗଠନ ପାଇଁ ଦୃଢ଼ ଦାବି କରିଛନ୍ତି । ସେ ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ କହିଛନ୍ତି, ତିରୁପତି ବାଲାଜୀଙ୍କ ପ୍ରସାଦରେ ପଶୁ ଚର୍ବି ମାଛ ତେଲ, ଘୁଷୁରି ଚର୍ବି ଏବଂ ଗୋମାଂସ ଚର୍ବି ମିଶ୍ରିତ ହୋଇଥିବାରୁ ଆମେ ସମସ୍ତେ ବ୍ୟଥିତ। ତତ୍କାଳୀନ ଓ୍ବାଇସିପି ସରକାର ଟିଟିଡି ଦ୍ୱାରା ଗଠିତ ବୋର୍ଡ କଠୋର କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବାକୁ ପ୍ରତିଶୃତିବଦ୍ଧ। ଏହା ମନ୍ଦିରର ଅପମାନ ଏବଂ ଅନ୍ୟାନ୍ୟ ଧାର୍ମିକ ପ୍ରଥା ସହିତ ଜଡ଼ିତ ଅନେକ ପ୍ରସଙ୍ଗକୁ ବରଦାସ୍ତ କରିବ ନାହିଁ ।

ସେ ଆହୁରି ମଧ୍ୟ କହିଛନ୍ତି, ବର୍ତ୍ତମାନ ଭାରତରେ ମନ୍ଦିର ସହ ଜଡ଼ିତ ସମସ୍ତ ପ୍ରସଙ୍ଗ ଉପରେ ବିଚାର କରିବା ପାଇଁ ଜାତୀୟ ସ୍ତରରେ ଏକ ‘ସନାତନ ଧର୍ମ ରକ୍ଷା ବୋର୍ଡ’ ଗଠନ କରିବାର ସମୟ ଆସିଛି ଏବଂ ଏହା ରହିବା ମଧ୍ୟ ଉଚିତ। ଜାତୀୟ ସ୍ତରରେ ଏହା ଉପରେ ନିଜ ନିଜ ଅଞ୍ଚଳର ଅନ୍ୟ ସମସ୍ତ ଲୋକ ବିତର୍କ କରନ୍ତୁ ଏବଂ ମୁଁ ଭାବୁଛି ଯେ କୌଣସି ରୂପରେ ‘ସନାତନ ଧର୍ମ’କୁ ଅପମାନ ବନ୍ଦ କରିବା ପାଇଁ ଆମେ ସମସ୍ତେ ଏକାଠି ହେବା ଉଚିତ ।

ଏହି ଘଟଣା ଉପରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ପୂର୍ବ ଜଗନମୋହନ ସରକାର ତିରୁପତି ମନ୍ଦିରର ଲଡୁ ପ୍ରସାଦରେ ପଶୁ ଚର୍ବି ମିଶ୍ରଣ କରିଥିବା ଅଭିଯୋଗ କରିଛନ୍ତି । ଏବଂ ମୁଖ୍ୟମନ୍ତ୍ରୀ କହିଛନ୍ତି, ମୋତେ ଯେଉଁ ଲ୍ୟାବ ରିପୋର୍ଟ ମିଳିଛି ସେଥିରେ ପ୍ରସାଦର ଗୁଣବତ୍ତାର ଘୋଟାଲା କରାଯାଇଥିବା ସ୍ପଷ୍ଟ ହୋଇଛି ।

ଏପରିକି ପ୍ରସାଦରେ ଅପବିତ୍ର ବସ୍ତୁ ମିଶିଥିବା ସ୍ପଷ୍ଟ ଭାବେ ପ୍ରମାଣିତ ହୋଇଛି । ମାତ୍ର ଏବେଠୁ ପ୍ରସାଦରେ ଶୁଦ୍ଧ ଘିଅ ବ୍ୟବହାର କରାଯିବ । ଏହି ଘଟଣାର ମୂଳ ପର‌୍ୟ୍ୟନ୍ତ ଯାଞ୍ଚ କରାଯିବ । ଏହି ଘଟଣା ସହ ଜଡ଼ିତ ସମସ୍ତ ଦିଗକୁ ତର୍ଜମା କରାଯିବ । ଏଥିସହ ସେ କହିଛନ୍ତି, କୋଟି କୋଟି ଶ୍ରଦ୍ଧାଳୁ ଯେଉଁ ଭଗବାନଙ୍କ ପ୍ରତି ଆସ୍ଥା ପ୍ରକଟ କରୁଛନ୍ତି ତାଙ୍କ ପ୍ରସାଦକୁ ନିମ୍ନମାନର କରିବାକୁ କିଛି ନ୍ୟସ୍ତସ୍ୱାର୍ଥ ଲୋକ ପଛଘୁଞ୍ଚା ଦେଉ ନାହାନ୍ତି ।

ଏପରି କରିବା ପରେ ସେ ସେମାନଙ୍କର କେହି କିଛି କରି ପାରିବେନି ବୋଲି ଭାବି ବସିଛନ୍ତି । ମାତ୍ର ଏପରି ସାଂଘାତିକ କାଣ୍ଡ ଘଟାଇଥିବା ସମସ୍ତ ଅଭିଯୁକ୍ତଙ୍କୁ ଏହି ଜନ୍ମରେ କଠୋର ଶାସ୍ତି ମିଳିବ । ତିରୁପତି ମନ୍ଦିର ପ୍ରସାଦ ରୂପେ ପ୍ରସ୍ତୁତ ହେଉଥିବା ଲଡୁରେ ମିଶୁଛି ପଶୁ ଚର୍ବି ମିଶୁଥିବା ନେଇ ଅଭିଯୋଗ ହେବା ପରେ ଗତ ୯ ଜୁଲାଇରେ ଲ୍ୟାବ ପକ୍ଷରୁ ସାମ୍ପଲ ନିଆଯାଇଥିଲା ।

Tଗତ ୧୬ ତାରିଖରେ ଏହାର ରିପୋର୍ଟ ଆସିଥିବା ଜଣାଯାଇଛି । ଏହି ଘଟଣାକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛି ୱାଇଏସ୍ଆର କଂଗ୍ରେସ । ପାର୍ଟି ନେତାJag ତଥା ରାଜ୍ୟସଭା ସାଂସଦ ୱାଇବି ରେଡ୍ଡି ମୁଖ୍ୟମନ୍ତ୍ରୀଙ୍କ ଏହି ଅଭିଯୋଗକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ କହିଛନ୍ତି । ଏପରି କରି ମୁଖ୍ୟମନ୍ତ୍ରୀ ମନ୍ଦିରର ପବିତ୍ରତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଥିବା ସେ କହିଛନ୍ତି । ଏଥିସହ ରାଜନୈତିକ ଲାଭ ନିମନ୍ତେ ସେ କୌଣସି ସ୍ତରକୁ ଖସି ପାରନ୍ତି ବୋଲି କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com