Uncategorizedଓଡ଼ିଶା

ଲୋକଙ୍କ ସେବାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିଜ ଘର, କେମିତି ଜାଣନ୍ତୁ

କେନ୍ଦୁଝର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅନନ୍ୟ ଉଦାହରଣ । ଲୋକଙ୍କ ପାଇଁ ନିଜ ଘର ଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେନ୍ଦୁଝର ସ୍ଥିତ ମଣ୍ଡୁଆ ବାସଭବନକୁ ଜନସାଧାରଣଙ୍କ ହିତ ନିମନ୍ତେ ଉତ୍ସର୍ଗ କଲେ ମୁଖ୍ୟମନ୍ତ୍ରୀ ।

ଏଣିକି ଅଭିଯୋଗ ପ୍ରକୋଷ୍ଠ ହେବ ମୋହନଙ୍କ ବାସଭବନ । ସପ୍ତାହକୁ ୬ ଦିନ ଖୋଲିବ ଅଭିଯୋଗ ପ୍ରକୋଷ୍ଠ । ଜଣେ ସରକାରୀ ଅଧିକାରୀ ସେଠରେ ଅଭିଯୋଗ ସଂଗ୍ରହ କରିବେ । ଗତକାଲି ନିଜ ଜନ୍ମମାଟି କେନ୍ଦୁଝର ଗସ୍ତରେ ଯାଇ କେନ୍ଦୁଝର ସ୍ଥିତ ମଣ୍ଡୁଆରେ ହୋଇଥିବା ଅଭିଯୋଗ ପ୍ରକୋଷ୍ଠର କ୍ୟାମ୍ପ ଅଫିସ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏଠାରେ ସ୍ଥାନୀୟ ଲୋକମାନେ ନିଜ ଅସୁବିଧାର ଅଭିଯୋଗ କରି ପାରିବେ। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହି କ୍ୟାମ୍ପ ଅଫିସ ଖୋଲା ଯାଇଛି । ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମକୁ ଆହୁରି ସରଳ ଓ ସହଜ କରିବା ପାଇଁ ଏହି ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ସହିତ ଏହି କ୍ୟାମ୍ପ ଅଫିସରେ ମଧ୍ୟ ଲୋକଙ୍କ ଠାରୁ ଅଭିଯୋଗ ଗ୍ରହଣ କରାଯାଇ ସମାଧାନ ପାଇଁ ପଦକ୍ଷେପ ନିଆଯିବ।

Related Articles

Back to top button
WP Twitter Auto Publish Powered By : XYZScripts.com