ଓଡ଼ିଶା

ନିଜ ସଂଗୀତ ଚାରି ପାଇଁ ଥାନାର ଦ୍ୱାରସ୍ଥ ହେଲେ ପମି ମିଶ୍ର-ପୂର୍ଣ୍ଣଚନ୍ଦ୍ର ବେହେରା

ଭୁବନେଶ୍ୱର: କଣ୍ଠଶିଳ୍ପୀ ପମି ମିଶ୍ର ସାଇବର ଥାନାର ଦ୍ୱାରସ୍ଥ । ସଙ୍ଗୀତ ଚୋରି ନେଇ ପ୍ରଯୋଜନ ସଂସ୍ଥା ନାଁରେ ଅଭିଯୋଗ କରିଛନ୍ତି । ସାଇ ସାଗର କ୍ରିଏସନ୍‌‌ ଓ ପବିତ୍ର ଏଣ୍ଟରଟେନମେଣ୍ଟ ନାଁରେ ଏଭଳି ଅଭିଯୋଗ ଆଣିଲେ ପମି ।

କଣ୍ଠଶିଳ୍ପୀ ପମି କହିଛନ୍ତି ପ୍ରତିଭା ଦାସଙ୍କ ନାମରେ ଅଭିଯୋଗ ଆଣି କହିଛନ୍ତି ସେ ଗାଇଥିବା ଗୀତକୁ ସାଇ ସାଗର କ୍ରିଏସନ୍‌‌ରେ ଅପଲୋଡ କରାଯାଇଛି । ସେ ଗାଇଥିବା ଗୀତ ‘ବୋଉ ଲୋ ବୋଉ’କୁ ପ୍ରତିଭା ଦାସ ତାଙ୍କ ନାମ ଦେଇ ଅପଲୋଡ କରିଥିବା ଅଭିଯୋଗ କରିଛନ୍ତି ।

ସେହିପରି ପ୍ରଯୋଜକ ପୂର୍ଣ୍ଣଚନ୍ଦ୍ର ବେହେରା ମଧ୍ୟ ତାଙ୍କ ଦୁଇଟି ଗୀତ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ପମିଙ୍କ ଅନୁଯାୟୀ, ତାଙ୍କ ଗୀତକୁ ନିଜର ବୋଲି ଦାବି କରି ପ୍ରଡକ୍ସନ୍ ହାଉସ୍ ଭଲ ଟଙ୍କା ଆୟ କରିଛି ।

ସମ୍ପୃକ୍ତ ସଂସ୍ଥା ତାଙ୍କର ଏହି ଗୀତକୁ ସୋସିଆଲ ମିଡିଆରୁ ଡାଉନଲୋଡ୍ କରି ଏହାର ୟୁଟ୍ୟୁବ୍ ଚ୍ୟାନେଲରେ ଅପଲୋଡ୍ କରିଥିବା ଅଭିଯୋଗ କରି ସାଇ ସାଗର କ୍ରିଏସନ୍ ଏବଂ ପବିତ୍ର ଏଣ୍ଟରଟେନମେଣ୍ଟ ବିରୋଧରେ ଏକ ଗୀତ ଚୋରୀ ମାମଲା ଦାୟର କରିଛନ୍ତି ।

ସେ ଅଭିଯୋଗ କରିଛନ୍ତି ଯେ ଏକ ଦମ୍ପତି କେବଳ ତାଙ୍କ ଗୀତ ଗାଇ ନାହାଁନ୍ତି ବରଂ ଏହି ଗୀତଟି ସେମାନଙ୍କର ବୋଲି ମଧ୍ୟ ଦାବି କରିଛନ୍ତି। “ଘଟଣା ବିଷୟରେ ମୁଁ ଜାଣିଲି ଯେତେବେଳେ କିଛି ଶୁଭେଛୁ ମୋତେ ସାଇ ସାଗର କ୍ରିଏସନରୁ ମିଳିଥିବା ଭିଡିଓର ଲିଙ୍କ୍ ପଠାଇଲେ ।

ସାଇ ସାଗର କ୍ରିଏଟିଭ ନିର୍ମାତା ପ୍ରସନ୍ନ ଉପାଧ୍ୟାୟଙ୍କ ପତ୍ନୀ ପ୍ରତୀଭା ଉପାଧ୍ୟାୟ ଛଦ୍ମନାମ ଦାସଙ୍କ ନାମରେ ଏହି ଭିଡିଓ ଅପଲୋଡ୍ କରାଯାଇଛି ବୋଲି ସେମାନେ କହିଛନ୍ତି। ପମିଙ୍କର ଏହି ଗୀତଟି ନଭେମ୍ବର ୧୭, ୨୦୧୦ ରେ ରେକର୍ଡ କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com