ଓଡ଼ିଶାବାଣିଜ୍ୟ

ପୂଜା ପାର୍ବଣରେ ଖାଉଟିଙ୍କ ପକେଟକୁ ମହଙ୍ଗା ମାଡ଼: ପିଆଜ-ତେଲ

ଭୁବନେଶ୍ୱର: କଟକରେ କିଲୋ ପିଛା ୩୫ ଟଙ୍କାରେ ଵିକ୍ରି ହେଉଛି ପିଆଜ । ଵଜାରରେ ପିଆଜ ଦର ବୃଦ୍ଧି କୁ ନଜରରେ ରଖି ଆଜିଠାରୁ ସହରର ବିଭିନ୍ନ ସ୍ଥାନରେ ନାଫେଡ ତରଫରୁ ପିଆଜ ବିକ୍ରି ଆରମ୍ଭ ହୋଇଛି ।

ନାଫେଡ ପକ୍ଷରୁ ଗାଡ଼ିରେ ପିଆଜ ନେଇ ଛକ ଯାଗାରେ କିଲୋ ପିଛା ୩୫ଟଙ୍କାରେ ବିକ୍ରି କରିଵା ଆରମ୍ଭ କରିଛନ୍ତି ସରକାର । ଵଜାରରେ ଏବେ ପିଆଜ କିଲୋ ପିଛା ପ୍ରାୟ ୬୦ଟଙ୍କାରେ ବିକ୍ରି ହେଉଛି । ତେଣୁ ଖାଉଟି ମାନଙ୍କୁ ଆଶ୍ବସ୍ତି ଦେବା ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି ।

ପିଆଜ ଦର ନିୟନ୍ତ୍ରଣକୁ ନଆସିଵା ପର୍ଯ୍ୟନ୍ତ ନାଫେଡ ସହରର ବିଭିନ୍ନ ସ୍ଥାନରେ ଏହି ଭଳି ପିଆଜ ବିକ୍ରି କରିଵ ଵୋଲି ଯୋଗାଣ ବିଭାଗ କହିଛି । ତେବେ ଵ୍ୟକ୍ତି ପିଛା ସର୍ବାଧିକ କେତେ ପିଆଜ ବିକ୍ରି କରାଯିଵ,ସେ ନେଇ କୈାଣସି ନିଷ୍ପତ୍ତି ହୋଇନଥିଵାରୁ ଆଜି ଆଵଶ୍ୟକତା ଅନୁସାରେ ଲୋକଙ୍କୁ ପିଆଜ ଦିଆଯାଇଛି ।

ଅନ୍ୟପଟେ ପାର୍ବଣ ଋତୁ ଆରମ୍ଭରୁ ଖାଇବା ତେଲର ଲଗାତାର ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢ଼ାଇଦେଇଛି । ସରକାରୀ ତଥ୍ୟ ଅନୁଯାୟୀ, ଗତ ଏକମାସ ମଧ୍ୟରେ ସୋରିଷ ତେଲର ମୂଲ୍ୟ ୯.୧୦ ପ୍ରତିଶତ ଏବଂ ପାମୋଲିନ୍‌ ତେଲର ମୂଲ୍ୟ ୧୪.୧୬ ପ୍ରତିଶତ ବୃଦ୍ଧି ପାଇଛି ।

ଦିଲ୍ଲୀରେ ୧୬୫ ଟଙ୍କା, କୋଲକାତାରେ ୧୮୧ ଟଙ୍କା, ଚେନ୍ନାଇରେ ୧୬୭ ଟଙ୍କା ଏବଂ ରାଞ୍ଚିରେ ୧୬୩ ଟଙ୍କା ମୂଲ୍ୟ ରହିଛି। ସେହିପରି ସୂର୍ଯ୍ୟମୁଖୀ ତେଲ ଲିଟର ପ୍ରତି ୧୧୯.୩୮ରୁ ୧୨୯.୮୮ ଟଙ୍କା, ପାମୋଲିନ୍‌ ତେଲ ୯୮.୨୮ ଟଙ୍କାରୁ ୧୧୨.୨ ଟଙ୍କା ଏବଂ ସୋୟା ତେଲର ମୂଲ୍ୟ ମାସକରେ ୧୧୭.୪୫ରୁ ୧୨୭.୬୨ ଟଙ୍କାକୁ ବୃଦ୍ଧି ପାଇଛି । ଆମଦାନୀ ଶୁଳ୍କ ବୃଦ୍ଧି ମହଙ୍ଗା କଲା l

ଖାଇବା ତେଲ ଦର ବୃଦ୍ଧି ନେଇ ଅର୍ଥନୀତି ବିଶେଷଜ୍ଞଙ୍କ ମତ ହେଲା, କେନ୍ଦ୍ର ସରକାର ଖାଇବା ତେଲ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କରିଥିବାରୁ ଏହା ମହଙ୍ଗା ହୋଇଛି। ଅଶୋଧିତ ସୋୟାବିନ ତେଲ, ଅଶୋଧିତ ପାମୋଲିନ୍‌ ତେଲ ଏବଂ ଅଶୋଧିତ ସୂର୍ଯ୍ୟମୁଖୀ ତେଲ ଉପରେ ଆମଦାନୀ ଶୁଳ୍କକୁ ଶୂନରୁ ୨୦ ପ୍ରତିଶତ ଏବଂ ଖାଇବା ତେଲ ଉପରେ ୧୨.୫ ପ୍ରତିଶତରୁ ୩୨.୫ ପ୍ରତିଶତକୁ ବୃଦ୍ଧି କରାଯାଇଛି ।

ଫଳରେ ସମସ୍ତ ପ୍ରକାରର ଖାଇବା ତେଲ ଦର ବଢ଼ିଛି। ଚାଷୀଙ୍କ ସ୍ବାର୍ଥ ରକ୍ଷା ପାଇଁ ସରକାର ଖାଇବା ତେଲର ଆମଦାନୀ ଶୁଳ୍କ ବୃଦ୍ଧି କରିଥିବା ଦର୍ଶାଉଥିଲେ ମଧ୍ୟ ଏହାର ପ୍ରଭାବ ସାଧାରଣ ଖାଉଟିଙ୍କ ଉପରେ ପଡୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com