ଓଡ଼ିଶା

ଅଡ଼ି ବସିଛନ୍ତି ୧୦ ଦଫା ଦାବି ନେଇ ଓଡିଶା ନର୍ସିଂ କର୍ମଚାରୀ; ରୋଗୀ ସେବା ଠପ

ଭୁବନେଶ୍ୱର: ଜାରି ରହିବ ନର୍ସିଂ କର୍ମଚାରୀ ଆନ୍ଦୋଳନ। ୧୦ ଦଫା ଦାବି ନେଇ ଓଡିଶା ନର୍ସିଂ କର୍ମଚାରୀମାନେ ରାଜ୍ୟବ୍ୟାପୀ ଆନ୍ଦୋଳନ କରୁଛନ୍ତି l ବୁଧବାର ସରକାରଙ୍କ ସହ ଆଲୋଚନା ବିଫଳ ହୋଇଥିବା ସଂଘର ପକ୍ଷରୁ ସୂଚନା ମିଳିଛି ।

ସ୍ବାସ୍ଥ୍ୟ ସଚିବ ସହ ଆଲୋଚନା ପରେ ସଂଘର ଏହି ନିଷ୍ପତ୍ତି ନେଇଛି । ନିଜ ଦାବିରେ ସଂଘ ଆନ୍ଦୋଳନ ଜାରି ରଖିବ ନର୍ସିଂ କର୍ମଚାରୀ । ତେବେ ନର୍ସିଂ କର୍ମଚାରୀ ଉଚ୍ଚସ୍ତରୀୟ ବୈଠକ ଦାବି ଲାଗି ସମୟ ମାଗିଛନ୍ତି ସ୍ବାସ୍ଥ୍ୟ ସଚିବ।

ଏନେଇ ନର୍ସିଂ କର୍ମଚାରୀ ସଂଘର ସଭାନେତ୍ରୀ ଶୁଚିସ୍ମିତା ଦାସ ସୂଚନା ଦେଇଛନ୍ତି । ତେବେ ବୁଧବାର ଓ ଗୁରୁବାର ଠାରୁ ଜରୁରିକାଳୀନ ରୋଗୀ ସେବାରେ ବାଧା ନ ଦେଇ ରାଜ୍ୟବ୍ୟାପୀ କାର୍ୟ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି ।

ଦାବି ପୂରଣ ନଚେତ ୨୭ ତାରିଖରୁ ସମସ୍ତ ସରକାରୀ ହସ୍ପିଟାଲରେ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ କାର୍ୟ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ଆନ୍ଦୋଳନ ନକରିବାକୁ ଓଡ଼ିଶା ନର୍ସିଂ ନିର୍ଦ୍ଦେଶାଳୟ ପକ୍ଷରୁ ସଂଘକୁ ତାଗିଦ୍‌ କରାଯାଇଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ପଡି ନଥିବା ଦେଖିବାକୁ ମିଳିଛି । ନର୍ସିଂ କର୍ମଚାରୀ ସଂଘ (ଓଏନଇଏ) ର ଦାବି ଉପରେ ଆଜି ଆଲୋଚନା କରାଯାଇଥିଲା ।

ସରକାର ପରିସ୍ଥିତିର ଅନୁଧ୍ୟାନ କରି ସଂଘ ଦ୍ୱାରା ଉଠାଯାଇଥିବା ବିଭିନ୍ନ ଦାବି ଉପରେ ବିଚାରବିମର୍ଶ କରିବା ପାଇଁ ଏକ ଅନ୍ତଃବିଭାଗୀୟ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ସହ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବାର ଆବଶ୍ୟକତାକୁ ହୃଦୟଙ୍ଗମ କରି ଆନ୍ଦୋଳନକାରୀ ନର୍ସିଂ ଅଫିସରମାନେ ଆନ୍ଦୋଳନ ପଥରୁ ଓହରି ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ସରକାର ପରାମର୍ଶ ଦେଇଥିବା ସୂଚନା ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com