ଜାତୀୟରାଜନୀତି

ଜମ୍ମୁ କଶ୍ମୀରରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ କରିବ: ମୋଦି

ଶ୍ରୀନଗର: ଆସନ୍ତା ୧ ତାରିଖରେ ଜମ୍ମୁ କଶ୍ମୀରରେ ତୃତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି l ବାନ୍ଦୀପୋରା, କୁପବାଡା, ବାରାମୁଳା, ଉଦ୍ଧମପୁର, ଜାମ୍ମୁ, ସାଂବା ଏବଂ କାଠୁଆ ଜିଲ୍ଲାର ମୋଟ 40ଟି ଆସନରେ ମତଦାନ ହେବ l

ଏହାରି ଭିତରେ ପ୍ରଧାନମନ୍ତ୍ରୀ ମୋଦି ଏମ ଷ୍ଟାଡିୟମରେ ଆୟୋଜିତ ନିର୍ବାଚନୀ ରାଲିରେ ଯୋଗ ଦେଇ ପାକିସ୍ତାନକୁ କଡା ଚେତାବନୀ ଦେବା ସହ ଜମ୍ମୁକାଶ୍ମୀରରେ ଏଥର ପ୍ରଥମ ଥର ପାଇଁ ବିଜେପି ସରକାର ଆସିବା ବୋଲି ଦାବି କରିଛନ୍ତି l

ମୋଦି କହିଛନ୍ତି ଯେ, ଜାମ୍ମୁ କାଶ୍ମୀରର ଲୋକମାନେ କଂଗ୍ରେସ, ପିଡିପି ଏବଂ ଜାତୀୟ ସମ୍ମିଳନୀର ତିନି ପିଢ଼ିକୁ ନେଇ ସମସ୍ୟାରେ ପଡିଛନ୍ତି । ଲୋକମାନେ ପୁନର୍ବାର ସମାନ ବ୍ୟବସ୍ଥା ଚାହୁଁ ନାହାଁନ୍ତି, ଯେଉଁଥିରେ ଦୁର୍ନୀତି, ଚାକିରିରେ ଭେଦଭାବ ରହିଛି ।

ଜାମ୍ମୁ କାଶ୍ମୀର ଲୋକ ଆତଙ୍କବାଦ ଏବଂ ରକ୍ତପାତ ଆଉ ଚାହାଁନ୍ତି ନାହିଁ । ଏବେ ଲୋକମାନେ ନିଜ ପିଲାମାନଙ୍କ ପାଇଁ ଏକ ଭଲ ଭବିଷ୍ୟତ ଚାହୁଁଛନ୍ତି l ସେଥିପାଇଁ ଏଠାକାର ଲୋକ ବିଜେପି ସରକାର ଚାଁହୁଛନ୍ତି  l

ଉଭୟ ପର୍ଯ୍ୟାୟରେ ବିଜେପି ଏଠାରେ ସମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳିଛି l ଏଠାରେ ଏଥର ବିଜେପି ପ୍ରଥମ ଥର ସରକାର ଗଠନ କରିବା ନିଶ୍ଚିତ ବୋଲି କହିଛନ୍ତି ମୋଦି । କାର୍ଯ୍ୟକ୍ରମରେ ମୋଦି ୨୦୧୬ର ସର୍ଜିକାଲ ଷ୍ଟ୍ରାଇକକୁ ମନେ ପକାଇ କହିଛନ୍ତି, ରାତିରେ ସର୍ଜିକାଲ ଷ୍ଟ୍ରାଇକ ହୋଇଥିଲା ।

ଭାରତ ବିଶ୍ୱକୁ କହିଥିଲା ଯେ, ଏହା ହେଉଛି ନୂଆ ଭାରତ, ଯିଏକି ବିନା ଡରରେ ଘରେ ପଶି ହତ୍ୟା କରିପାରୁଛି l ଆଜି ବି କଂଗ୍ରେସ ଏହି ପ୍ରସଙ୍ଗରେ ପାକିସ୍ତାନର ଭାଷା କହୁଛି । ଗତ ସପ୍ତାହରେ ମୁଁ ଜମ୍ମୁ କଶ୍ମୀରର ବିଭିନ୍ନ ସ୍ଥାନ ପରିଦର୍ଶନ କରିବାର ସୁଯୋଗ ପାଇଛି ।

ମୁଁ ଯେଉଁଆଡେ ଯାଏ, ସେଠାରେ ବିଜେପିକୁ ନେଇ ଅଦ୍ୱିତୀୟ ଉତ୍ସାହ ରହିଛି। ଜମ୍ମୁ ଅଞ୍ଚଳର ଲୋକଙ୍କ ପାଇଁ ଇତିହାସରେ ଏଭଳି ସୁଯୋଗ କେବେ ଆସିନାହିଁ, ଯାହା ଏହି ନିର୍ବାଚନରେ ଆସିଛି । ବର୍ତ୍ତମାନ ପ୍ରଥମ ଥର ପାଇଁ ଜମ୍ମୁ ଅଞ୍ଚଳର ଲୋକଙ୍କ ଇଚ୍ଛା ଅନୁଯାୟୀ ଏକ ସରକାର ଗଠନ ହେବାକୁ ଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com