ଜାତୀୟ

ବନ୍ୟାଜଳରେ ଖସିପଡିଲା ବାୟୁସେନାର ହେଲିକପ୍ଟର

ନୂଆଦିଲ୍ଲୀ: ଦୁର୍ଘଟଣାଗ୍ରସ୍ତ ହେଲା ସେନା ବିମାନ । ବାୟୁସେନାର ଏକ ହେଲିକପ୍ଟର ଖସିପଡ଼ିଛି ପାଣିକୁ । ସୁଚନା ମୁତାବକ ବିହାରର ମୁଜାଫରପୁରରେ ଏଭଳି ଏକ ବଡ଼ ଦୁର୍ଘଟଣା ଘଟିଛି ।

ବିହାରର ମୁଜାଫରପୁର ଜିଲ୍ଲାର ଓରାଇ ଅଞ୍ଚଳରେ ବନ୍ୟା ରିଲିଫ କାର୍ଯ୍ୟରେ ନିୟୋଜିତ ଭାରତୀୟ ବାୟୁସେନାର ଏକ ହେଲିକପ୍ଟର ବୁଧବାର ଅପରାହ୍ନରେ ବନ୍ୟାଜଳରେ ଜରୁରୀକାଳୀନ ଅବତରଣ କରିଛି ।

ଅନ୍ୟପଟେ କୁହାଯାଉଛି, ଏହି ହେଲିକପ୍ଟରଟି ବନ୍ୟା ରିଲିଫ୍ ସାମଗ୍ରୀ ନେଇ ପକାଇବାକୁ ଯାଇଥିବା ବେଳେ ମୁଜାଫରପୁରର ଅରାଇସ୍ଥିତ ଘନଶ୍ୟାମପୁରଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ହେଲିକପ୍ଟରରେ ଦୁଇଜଣ ପାଇଲଟଙ୍କ ସମେତ ୩ ଜଣ କର୍ମଚାରୀ ଥିଲେ ।

ତେବେ ସମସ୍ତେ ସୁରକ୍ଷିତ ଥିବା ଜଣାପଡ଼ିଛି । ମୁଜାଫରପୁରର ଏସଏସପି କହିଛନ୍ତି ଯେ ପାଇଲଟଙ୍କ ସମେତ ୪ ଜଣ କ୍ରୁ ମେମ୍ବରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ବନ୍ୟା ପ୍ରଭାବିତ ସୀତାମଢି ଜିଲ୍ଲାକୁ ହେଲିକପ୍ଟରଟି ରିଲିଫ ସାମଗ୍ରୀ ନେଇ ଯାଉଥିବା ବେଳେ ଏହାର ଫ୍ୟାନର ବ୍ଲେଡ ଭାଙ୍ଗି ଯାଇଥିଲା ଫଳରେ ହେଲିକପ୍ଟରଟି ବନ୍ୟାଜଳରେ ଅବତରଣ କରିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com