ଓଡ଼ିଶାବାଣିଜ୍ୟ

ପିଏମ୍‌ କିଷାନ ଯୋଜନାର ୧୮ତମ କିସ୍ତି ହିତାଧିକାରୀମାନଙ୍କ ଆକାଉଣ୍ଟକୁ ଯିବ: କନକ ବର୍ଦ୍ଧନ ସିଂହଦେଓ

ଭୁବନେଶ୍ୱର: ଦଶହରା ପୂଜା ପାର୍ବଣ ପର୍ବରେ ଚାଷୀମାନଙ୍କ ପାଇଁ ଖୁସି ଖବର ଆସିଛି l ପିଏମ୍‌ କିଷାନ ଯୋଜନାର ୧୮ତମ କିସ୍ତି ହିତାଧିକାରୀମାନଙ୍କୁ ପ୍ରଦାନ କରାଯିବ। ଆସନ୍ତା ୫ ତାରିଖରେ ଚାଷୀମାନଙ୍କୁ ପିଏମ୍‌ କିଷାନ ଯୋଜନାର କିସ୍ତି ଲୋକଙ୍କ ଆକାଉଣ୍ଟକୁ ଯିବ ।

ଏନେଇ କୃଷି ଭବନସ୍ଥିତ ଅଡିଟୋରିୟମରେ କୃଷି ଯନ୍ତ୍ରପାତି ନିର୍ମାତାଙ୍କ ସମାବେଶ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ସମାବେଶରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ନିର୍ମାତାମାନେ ଯୋଗଦେଇଥିଲେ ।

ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ କୃଷି ଯନ୍ତ୍ରପାତି ମେଳା ଆଞ୍ଚଳିକ ସ୍ତରରେ ବ୍ରହ୍ମପୁର, ବଲାଙ୍ଗିର, କୋରାପୁଟର ଜୟପୁର ଓ କେଉଁଝରରେ ଅନୁଷ୍ଠିତ ହେବ । ସେହିଭଳି ଜିଲ୍ଲାସ୍ତରରେ ଓ ଉପଖଣ୍ଡ ସ୍ତରରେ ମଧ୍ୟ କ୍ରମ ଅନୁଯାୟୀ ଏହି ଯନ୍ତ୍ରପାତି ମେଳା ଅନୁଷ୍ଠିତ ହେବାକୁ ଯାଉଛି । ଓଡ଼ିଶାରେ କ୍ଷୁଦ୍ର ଓ ଅତିକ୍ଷୁଦ୍ର ଚାଷୀଙ୍କ ସଂଖ୍ୟା ଅପେକ୍ଷାକୃତ ଅଧିକା ।

ତେଣୁ ସେମାନଙ୍କ ହିତକୁ ଦୃଷ୍ଟିରେ ରଖି ନିର୍ମାତାମାନେ ଆବଶ୍ୟକୀୟ କୃଷି ଯନ୍ତ୍ରପାତି ନିର୍ମାଣ କରିବା ଦରକାର ଏବଂ ସେହି କମ୍ପାନୀଗୁଡ଼ିକ ନିଜର ବିକ୍ରୟ ତଥା ମରାମତି କେନ୍ଦ୍ର ନିକଟରେ ଖୋଲିବାକୁ ଉପମୁଖ୍ୟମନ୍ତ୍ରୀ ସିଂହଦେଓ ପରାମର୍ଶ ଦେଇଛନ୍ତି । ଯାହାଦ୍ୱାରା ଚାଷୀ କୌଣସି ସମସ୍ୟାର ସମ୍ମୁୁଖୀନ ହେଲେ ତୁରନ୍ତ ମରାମତି ସୁବିଧା ପାଇପାରିବେ ବୋଲି ସମାବେଶରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଥିଲେ ।

ସେ ଆହୁରି ମଧ୍ୟ କହିଥିଲେ ଯେ, ନିର୍ମାତାମାନେ ଉତ୍କୃଷ୍ଟ ମାନର ଯନ୍ତ୍ରପାତି ଗ୍ରାହକଙ୍କୁ ଯୋଗାଇ ଦିଅନ୍ତୁ । ଅବଶ୍ୟକସ୍ଥଳେ ଏକାଧିକ ଚାଷୀଙ୍କୁ ଭଡା ସୂତ୍ରରେ ଏହି ଯନ୍ତ୍ରପାତି ଯୋଗାଇ ଦେଇପାରିବେ । ଏହି ସବୁ ଯନ୍ତ୍ରପାତିର ନିର୍ମାଣ ଓଡ଼ିଶାରେ କରାଗଲେ ଉଭୟ ଓଡ଼ିଶାବାସୀ ଓ ଚାଷୀ ଉପକୃତ ହେବେ । ଏଥିନିମନ୍ତେ ସରକାର ଆବଶ୍ୟକ ପ୍ରୋତ୍ସାହନ ମଧ୍ୟ ଯୋଗାଇ ଦେଉଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com