ଓଡ଼ିଶା

ଭୁବନେଶ୍ବର ବିମାନ ବନ୍ଦର ପୁରୁଣା ଟର୍ମିନାଲ ପାଖରେ ନୂଆ ଟର୍ମିନାଲ ନିର୍ମାଣ ହେବ: ରାମମୋହନ ନାଇଡୁ

ଭୁବନେଶ୍ୱର: ଭୁବନେଶ୍ବର ବିମାନ ବନ୍ଦରରେ ନିର୍ମାଣ ହେବ ନୂଆ ଟର୍ମିନାଲ । ପୁରୁଣା ଟର୍ମିନାଲ ପାଖରେ ନୂଆ ଟର୍ମିନାଲ ନିର୍ମାଣ ହେବ। ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ହେବ ତୃତୀୟ ଟର୍ମିନାଲ ।

ଆସନ୍ତା ଦୁଇ ବର୍ଷ ମଧ୍ୟ ନିର୍ମାଣ କାର୍ଯ୍ୟ ସରିବାକୁ ଲକ୍ଷ୍ୟ ରଖାଯାଇଛି। ଏହା କାମ ଖୁବଶୀଘ୍ର ଆରମ୍ଭ ହେବ। ଭୁବନେଶ୍ୱର ବିମାନ ବନ୍ଦରରେ ରିଭ୍ୟୁ ପରେ ଏନେଇ ସୂଚନା ଦେଲେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜାରାପୁ ରାମମୋହନ ନାଇଡୁ।

ଏନେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ପୁରୁଣା ଟର୍ମିନାଲ ପାଖରେ ନୂଆ ଟର୍ମିନାଲ ନିର୍ମାଣ ହେବ । ୨ ବର୍ଷରେ ଏହି ନିର୍ମାଣ କରିବା ସହିତ, ଖୁବଶୀଘ୍ର ଭୁବନେଶ୍ବର ବିମାନବନ୍ଦରରେ ହେବ ରନୱେ କ୍ୟାଟ୍‌ ଟୁ ଲାଇଟ୍ ।

ବର୍ତ୍ତମାନ ବିଜୁ ପଟ୍ଟନାୟକ ବିମାନ ବନ୍ଦରର ଟର୍ମିନାଲର କ୍ଷମତା ୪୦ ଲକ୍ଷ ଥିବା ବେଳେ ଏହାକୁ ଆହଚରି ବୃଦ୍ଧି କରାଯାଇ ୮୦ ଲକ୍ଷ କରିବା ପାଇଁ ଯୋଜନା ଚାଲିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଯାହାର ପାଖାପାଖି ୧ମାସ ଭିତରେ ଅନୁମତି ଦେଇ ଆଗାମୀ ବର୍ଷେରୁ ୨ ବର୍ଷେ ଭିତରେ ଏହାର କାର୍ଯ୍ୟ ଶେଷ କରାଯିବ । ଏଥିସହିତ ବିମାନ ଅବତରଣ ଓ ଉଡାଣ ଭରିଲା ବେଳେ ଏହାର ରାସ୍ତାକୁ ଆଲୋକୀକରଣ କରାଯିବ ସହିତ ଆହୁରି ଅଧିକ ଆଧୁନିକତାର ସ୍ପର୍ଶ ପାଇବ ଭୁବନେଶ୍ବର ବିମାନ ବନ୍ଦର l

Related Articles

Back to top button
WP Twitter Auto Publish Powered By : XYZScripts.com