ଓଡ଼ିଶା

ନିଯୁକ୍ତି ପାଇଁ ବୟସ ସୀମା କୋହଳ କରିବାକୁ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ, କେଉଁ ପଦବୀ ପାଇଁ, ଜାଣନ୍ତୁ

କଟକ: ଓଡ଼ିଶା ପୋଲିସ କନଷ୍ଟେବଳ ନିଯୁକ୍ତି ବୟସ ସୀମାକୁ ନେଇ ହାଇକୋର୍ଟ ବଡ଼ ରାୟ ଦେଇଛନ୍ତି । ରାଜ୍ୟର ସମସ୍ତ ପୋଲିସ ବାଟାଲିୟନରେ କନଷ୍ଟେବଳ ନିଯୁକ୍ତି ପାଇଁ ସର୍ବାଧିକ ବୟସସୀମା କୋହଳ ପ୍ରସଙ୍ଗରେ ଆବେଦନାକାରୀଙ୍କୁ ଆଶ୍ୱସ୍ତି ଦେଇଛନ୍ତି ହାଇକୋର୍ଟ ।

ଆବେଦନକାରୀଙ୍କୁ ଅନ୍‌ଲାଇନ୍‌/ଅଫ୍‌ଲାଇନ୍‌ରେ ଆବେଦନ କରିବାକୁ କୋର୍ଟ ଅନୁମତି ଦେଇଛନ୍ତି । ତେବେ ଆବେଦନ କରିହେବ l ମାତ୍ର ଫଳ ପ୍ରକାଶ ହେବନି କହିଛନ୍ତି ହାଇକୋର୍ଟ । ରାଜ୍ୟରେ ୧୩୨୦ କନଷ୍ଟେବଲ୍‌ ପଦବୀ ପୂରଣ ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ତେବେ ଏହି ପଦବୀରେ ଆବେଦନ ପାଇଁ ସର୍ବାଧିକ ବୟସ ସୀମାକୁ ନେଇ ବିବାଦ ଦେଖାଦେଇଥିଲା । ପ୍ରତିବର୍ଷ ଖାଲି ହେଉଥିବା ପଦବୀ ପୂରଣ ପାଇଁ ନିୟମ ରହିଥିଲା ମଧ୍ୟ ୨୦୧୮ ପରଠୁ ଆଉ ନିଯୁକ୍ତି କରାଯାଇ ନ ଥିବା ବେଳେ ୫ ବର୍ଷ ବ୍ୟବଧାନରେ ପରୀକ୍ଷା ହେଉଥିବାରୁ ବୟସ ସୀମାକୁ ନେଇ ବିବାଦ ଦେଖା ଦେଇଥିଲା । ଯେଉଁଥିପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅନେକ କନଷ୍ଟେବଲ୍‌ ଆଶାୟୀ ।

Related Articles

Back to top button
WP Twitter Auto Publish Powered By : XYZScripts.com