ଜାତୀୟରାଜନୀତି

ବିବାଦୀୟ ମନ୍ତବ୍ୟ ପାଇଁ ପୁଣି ଛନ୍ଦି ହେଲେ ରାହୁଲ ଗାନ୍ଧି; ପୁନେ କୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: ପୁଣି ଅଡୁଆରେ କଂଗ୍ରେସ ସାଂସଦ ନେତା ରାହୁଲ ଗାନ୍ଧୀ । ଏକ ମାନହାନୀ ମାମଲାରେ ପୁନେ କୋର୍ଟ ରାହୁଲ ଗାନ୍ଧିଙ୍କୁ ହାଜର ହେବାକୁ ସମନ କରିଛନ୍ତି । ବୀର ସାବରକରଙ୍କ ସମ୍ପର୍କରେ ରାହୁଲ ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ମାମଲାରେ ହାଜର ହେବାକୁ ପୁନେ କୋର୍ଟଙ୍କ ପକ୍ଷରୁ ନୋଟିସ୍‌‌ ଜାରି କରାଯାଇଛି ।

ବୀର ସାବରକରଙ୍କ ସମ୍ପର୍କରେ ରାହୁଲ ଆପତ୍ତିଜନକ ଶଦ୍ଦ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ରାହୁଲ ଗାନ୍ଧୀ ବ୍ରିଟେନ ଯାଇଥିବା ବେଳେ ସେଠାରେ ଏଭଳି ମନ୍ତବ୍ୟ ଦେଇଥିଲେ ।

ଏନେଇ ସାତ୍ୟକି କହିଥିଲେ ରାହୁଲ ଗାନ୍ଧି ସବୁବେଳେ ସାବରକରଙ୍କୁ ଅପମାନିତ କରି ଆସୁଛନ୍ତି। ଏହିକ୍ରମରେ ସେ ୨୦୨୩ ମସିହା ମାର୍ଚ୍ଚ ୫ରେ ବ୍ରିଟେନରେ ଗୋଟିଏ କାର୍ଯ୍ୟକ୍ରମକୁ ସମ୍ବୋଧନ କରିବା ବେଳେ ଜାଣିଶୁଣି ସାବରକରଙ୍କ ସମ୍ପର୍କରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିଲେ।

ତାଙ୍କୁ ଭଲ ଭାବେ ଜାଣିଥିଲେ ଯେ ସେ କରୁଥିବା ଦାବିରେ କୌଣସି ସତ୍ୟତା ନାହିଁ । ତଥାପି ସେ ସାବରକରଙ୍କ ସମ୍ମାନକୁ କ୍ଷତି ପହଞ୍ଚାଇବା ପାଇଁ ଏପରି ଶବ୍ଦର ପ୍ରୟୋଗ କରିଥିଲେ ବୋଲି ସାତ୍ୟକି ଅଭିଯୋଗରେ ଦର୍ଶାଇଥିଲେ ।

ସାବରକରଙ୍କ ସମ୍ପର୍କୀୟ ପୁଣେ କୋର୍ଟରେ ମାନହାନି ମକଦ୍ଦମା କରିଥିଲେ । ଏହାର ଶୁଣାଣି କରି ଶନିବାର କୋର୍ଟ ରାହୁଲଙ୍କୁ ନୋଟିସ୍‌‌ କରି ଅକ୍ଟୋବର ୨୩ରେ ହାଜର ହେବାକୁ ନୋଟିସରେ କୁହାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com