ଓଡ଼ିଶା

ଆଜିଠୁ ହବିଷ୍ୟାଳୀ ବ୍ରତ ପଞ୍ଜିକରଣ ଆରମ୍ଭ

ପୁରୀ: ଆଜିଠୁ ହବିଷ୍ୟାଳୀ ବ୍ରତ ପାଇଁ ଅନଲାଇନ ଆବେଦନ ପକ୍ରିୟା ଆରମ୍ଭ । ଏହି http://edistrict.odisha.gov.in ୱେବସାଇଡ ମାଧ୍ୟମରେ ପଞ୍ଜିକରଣ କରିପାରିବେ ହବିଷ୍ୟାଳୀ ମାନେ । ଅକ୍ଟୋବର ୧୧ ପର୍ଯ୍ୟନ୍ତ ଜାରି ରହିବ ଆବେଦନ ପ୍ରକ୍ରିୟା । ଅକ୍ଟୋବର ୧୮ରୁ ହବିଷ୍ୟାଳୀ ବ୍ରତ ଆରମ୍ଭ ।

ଏଥର ପ୍ରାୟ ଅଢ଼େଇ ହଜାର ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ଏ ବର୍ଷ ୨, ୫୦୦ ହବିଷ୍ୟାଳୀଙ୍କୁ ରଖାଯିବ । ଚଳିତ ବର୍ଷ ବୃନ୍ଦାବତୀ ନିବାସ, ବାଗେଲା,ଅକ୍ଷୟ ପାତ୍ର ଓ ମୋଚି ସାହି କଲ୍ୟାଣ ମଣ୍ଡପରେ ହବିଷ୍ୟାଳୀ ମା’ମାନଙ୍କୁ ରଖାଯିବ । ସେମାନଙ୍କ ରହଣି ସହ ପ୍ରାତଃରୁ ବୃନ୍ଦାବତୀ ପୂଜା, ମନ୍ଦିର ଦର୍ଶନ, ମହାପ୍ରସାଦ ସେବନ ,ଭଜନ କୀର୍ତ୍ତନ ଇତ୍ୟାଦିର ବ୍ୟବସ୍ଥା କରାଯାଇଛି ।

ଆବେଦନକାରୀ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ହୋଇ ଥିବେ । ବିଧବା ବ୍ରତ ଧାରିଣୀଙ୍କୁ ଓ ନୂତନ ଆବେଦନକାରୀଙ୍କୁ ପ୍ରାଧାନ୍ୟ ଦିଆଯିବ। ଅନଲାଇନରେ ପଞ୍ଜୀକରଣ କରି ହିତାଧିକାରୀ ଭାବେ ଚୟନ ହୋଇଥିବା ମା ମାନଙ୍କୁ ସେମାନଙ୍କ ରହଣି ସ୍ଥାନ ଓ କେତେ ତାରିଖରେ ପହଞ୍ଚିବେ ସେମାନଙ୍କୁ ସୂଚନା ଦିଆଯିବ। ବିନା ପଞ୍ଜୀକରଣରେ ଅପ୍ରତ୍ୟାଶିତ ଭାବେ ହବିଷ୍ୟାଳୀ ଶିବିରକୁ ଆସୁଥିବା ବ୍ୟକ୍ତିଙ୍କ ଅନୁରୋଧକୁ ଗ୍ରହଣ କରାଯିବ ନାହିଁ ।

ଶିବିରରେ ହିତାଧିକାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଅସୁସ୍ଥ ଥିଲେ ପ୍ରବେଶ ଅନୁମତି ମିଳିବ ନାହିଁ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ଶ୍ରୀକ୍ଷେତ୍ରରେ ରହି କାର୍ତ୍ତିକରେ ‘ରାଇଦାମୋଦର ବ୍ରତ’ ପାଳନ କରିବା ପାଇଁ ୨୦୧୬ ମସିହାରୁ ତତ୍କାଳୀନ ବିଜେଡି ସରକାରଙ୍କ ପକ୍ଷରୁ ହବିଷ୍ୟାଳୀ ଯୋଜନା ଆରମ୍ଭ କରାଯାଇଥିଲା ।

କୋଭିଡ୍‌ ମହାମାରୀ ପାଇଁ ୨୦୨୦ ଓ ୨୦୨୧ରେ ଏହା ବନ୍ଦ ଥିବା ବେଳେ ପୁନଶ୍ଚ ୨୦୨୨ରୁ ଏହାର ଜାରି ରହିଛି । ପ୍ରତିବର୍ଷ ପ୍ରାୟ ୩ ହଜାରରୁ ଊର୍ଦ୍ଧ୍ବ ବ୍ରତଧାରୀଙ୍କୁ ସରକାର ପୁରୀରେ ମାସେ ପର୍ଯ୍ୟନ୍ତ ରଖି ସେମାନଙ୍କୁ ବ୍ରତ ପାଇଁ ସବୁ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରିଥାନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com