ଓଡ଼ିଶା

ଓଏସ୍‌ଏସ୍‌ସି ବିରୋଧରେ ରାଜଧାନୀର ରାଜରାସ୍ତାରେ ଗର୍ଜିଲେ ପରୀକ୍ଷାର୍ଥୀ

ଭୁବନେଶ୍ୱର: ଓଏସ୍‌ଏସ୍‌ସି ବିରୋଧରେ ଏକାଠି ହୋଇଛନ୍ତି ହଜାର ହଜାର ପରୀକ୍ଷାର୍ଥୀ । ପରୀକ୍ଷା ବିଭ୍ରାଟକୁ ନେଇ ଲୋୟର ପିଏମ୍‌ଜିରେ ପରୀକ୍ଷାର୍ଥୀ ଏକଜୁଟ୍‌ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆର୍‌ଆଇ, ଏଆର୍‌ଆଇ, ଅମିନ, ଆଇସିଡିଏସ୍‌ ପରୀକ୍ଷା ଆଦି ବାତିଲ ଦାବିରେ ଏହି ବିକ୍ଷୋଭ କରାଯାଇଛି । ଏଥିସହିତ ଏକାଧିକ ପରୀକ୍ଷାରେ ଗୁରୁତର ତ୍ରୁଟି ଅଭିଯୋଗ ଆଣି ପରୀକ୍ଷାର୍ଥୀମାନେ ଗର୍ଜନ କରିଛନ୍ତି ।

ଏହି ବିଭ୍ରାଟରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି ପରୀକ୍ଷାର୍ଥୀ । ସମଗ୍ର ରାଜ୍ୟରେ ଓଏସ୍‌ଏସ୍‌ସି ପରିଚାଳିତ ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ ପରୀକ୍ଷା ରବିବାର ଅନୁଷ୍ଠିତ ହୋଇଥିଲା । ତେବେ ବାଲେଶ୍ୱରର ଗୋପାଳଗାଁସ୍ଥିତ ପ୍ରଜ୍ଞାଭାରତୀ ସ୍କୁଲ ପରୀକ୍ଷା କେନ୍ଦ୍ରରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରଶ୍ନପତ୍ର ସିଲ୍‌ ଖୋଲାଯାଇଥିବା ଅଭିଯୋଗ ହୋଇଥିଲା ।

ପ୍ରଶ୍ନପତ୍ର ପ୍ୟାକେଟ୍‌ ଖୋଲାଥିବା ଅଭିଯୋଗ ଆଣିଥିବା ପରୀକ୍ଷାର୍ଥୀଙ୍କୁ କେନ୍ଦ୍ର ପରିଚାଳକ ଏକ ରୁମ୍‌ରେ ଅଟକ ରଖିବାରୁ ସେ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିବା କହିଛନ୍ତି । ପରୀକ୍ଷା ହଲ୍‌ ମଧ୍ୟରେ ପ୍ରଶ୍ନପତ୍ର ସିଲ୍‌ ଖୋଲାଯିବା ନିୟମ ଥିବା ବେଳେ ବାଲେଶ୍ୱରର ଗୋପାଳ ଗାଁ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଆରମ୍ଭର ବହୁ ପୂର୍ବରୁ ସିଲ୍‌ ଖୋଲାଯାଇ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ପରୀକ୍ଷାର୍ଥୀ ଅଭିଯୋଗ କରିଛନ୍ତି ।

ଜଣେ ପରୀକ୍ଷାର୍ଥୀଙ୍କ ଅଭିଯୋଗ ଅନୁଯାୟୀ, ପରୀକ୍ଷା ହଲ୍‌ରେ ବସିଥିବା ସମୟରେ ପ୍ରଶ୍ନପତ୍ର ସିଲ୍‌ ଖୋଲାଥିବା ଦେଖିବାକୁ ପାଇଲୁ । ଏ ସମ୍ପର୍କରେ ଅଭିଯୋଗ କରିବାରୁ ପ୍ରଶ୍ନପତ୍ର ପ୍ୟାକେଟ ସେପରି ଆସିଥିବା ଜଣେ ଶିକ୍ଷୟିତ୍ରୀ କହିଥିଲେ । ବିଶ୍ୱାସ ନ ହେବାରୁ ସିସି କ୍ୟାମେରା ଦେଖିବାକୁ କହିଥିଲୁ । ଏହି ପରୀକ୍ଷା ପାଇଁ ପୂର୍ବାହ୍ନ ସାଢ଼େ ୧୦ଟାରୁ ୧୨ଟା ପର୍ୟ୍ୟନ୍ତ ସମୟ ନିର୍ଦ୍ଧାରଣ କରାଯାଇଥିଲା ।

ମାତ୍ର ସିସିଟିଭିରେ ସାଢ଼େ ୯ଟାରେ ପ୍ରଶ୍ନପତ୍ର ସିଲ୍‌ ଖୋଲାଥିବା ଦେଖିବାକୁ ମିଳିଥିଲା । ଏନେଇ ପୋଲିସ୍‌କୁ ଜଣାଇବାକୁ ଚାହିଁଲୁ, ହେଲେ ତାଙ୍କୁ ବାହାରକୁ ଛଡ଼ା ଯାଇ ନଥିଲା । ଏପରିକି ଏକ ରୁମ୍‌ରେ ଅଟକ ରଖାଯିବାରୁ ସେ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିବା କହିଥିଲେ । ଅପରପକ୍ଷରେ ପରୀକ୍ଷାର୍ଥୀଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ । ପରୀକ୍ଷାରେ କୌଣସି ବ୍ୟତିକ୍ରମ ହୋଇନାହିଁ ବୋଲି କେନ୍ଦ୍ରର ପରିଚାଳକକହିଥିଲେ ।

ଅନ୍ୟପଟେ ଶିକ୍ଷା ମନ୍ତ୍ରୀଙ୍କ ଘର ଘେରାଉ କରିବା ସହ କଟକରେ ବଡ ରାଲି କରି ଜିଲ୍ଲାପାଳଙ୍କୁ ମଧ୍ୟ ଭେଟିଥିଲେ । ଯାହାକୁ ନେଇ ରାଜସ୍ବ ମନ୍ତ୍ରୀ ଏନେଇ ତଦନ୍ତ ହେବ ବୋଲି ମଧ୍ୟ କହିଥିଲେ । ଯାହା ପରେ ପରୀକ୍ଷାର୍ଥୀ ୬ ତାରିଖ ସଂଧ୍ୟା ସୁଦ୍ଧା ନିଷ୍ପତ୍ତି ନେବାକୁ ଦାବି କରିଥିଲା । ଗତକାଲି ସୁଦ୍ଧା ସରକାର କିଛି ନିଷ୍ପତ୍ତି ନନେବାରୁ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି ପରୀକ୍ଷାର୍ଥୀ । ଏଥିସହିତ ଦିନ ୧ଟାରେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବେ ବୋଲି ଚେତାବନୀ ବି ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com