ଜାତୀୟରାଜନୀତି

ସରକାର ଗଠନକୁ ନେଇ ବଡ଼ ବୟାନ ଦେଲେ ଫାରୁକ ଅବଦୁଲ୍ଲା

ଶ୍ରୀନଗର: ଜମ୍ମୁ କଶ୍ମୀର ନ୍ୟାଶନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା ଏକ ବଡ଼ ବୟାନ ଦେଇଛନ୍ତି । ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନର ସମ୍ଭାବ୍ୟ ଫଳାଫଳ ନେଇ ଏକ୍‌ଜିଟ ପୋଲ ପ୍ରକାଶ ପାଇବା ପରେ କଂଗ୍ରେସ ସହ ମିଶି ତାଙ୍କ ଦଳ ସରକାର ଗଠନ କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଏନ୍‌ସି (ନ୍ୟାସନାଲ କନ୍‌ଫରେନ୍ସ) ମୁଖ୍ୟ ଫାରୁକ୍‌ ଅବଦୁଲ୍ଲା ।

ସେ କହିଛନ୍ତି ତାଙ୍କ ମେଣ୍ଟରେ ପିଡିପି ମଧ୍ୟ ସାମିଲ ହେବାକୁ ଆଗ୍ରହ ପ୍ରକାଶ କରିଛି । ପିଡିପି ନେତା ଜୁବୈଦ ୟୁସୁଫ ମିର କହିଥିଲେ କି ବିଜେପିକୁ କ୍ଷମତାରୁ ଦୂରେଇ ରଖିବାକୁ ହେଲେ ତାଙ୍କ ଦଳ କଂଗ୍ରେସ ଓ ଏନ୍‌ସି ମେଣ୍ଟକୁ ସମର୍ଥନ କରିବ । ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଫାରୁକ୍‌ କହିଛନ୍ତି ମିରଙ୍କ ବୟାନକୁ ସେ ସ୍ୱାଗତ କରୁଛନ୍ତି । ମିରଙ୍କ ଚିନ୍ତାଧାରା ଓ ବିଚାର ମଧ୍ୟ ଭଲ ।

ସେମାନେ ସମସ୍ତେ ଗୋଟିଏ ପଥର ଯାତ୍ରୀ । ଘୃଣାର ଅନ୍ତ ଘଟାଇ ଜମ୍ମୁ-କାଶ୍ମୀର ଓ ଏଠାକାର ଲୋକଙ୍କୁ ଏକାଠି କରିବାକୁ ହେବ । ଶନିବାର ୫ଟି ସଂସ୍ଥା ପ୍ରକାଶ କରିଥିବା ଏକଜିଟ୍‌ ପୋଲ ଫଳାଫଳ ଅନୁସାରେ ଜମ୍ମୁ-କାଶ୍ମୀରରେ କଂଗ୍ରେସ-ଏନ୍‌ସି ମେଣ୍ଟ ସରକାର ଗଠନ କରିବ । ଏହି କେନ୍ଦ୍ର ଶାସିତ ଅଞ୍ଚଳର ମୋଟ ୯୦ ବିଧାନସଭା ଆସନରୁ ମେଣ୍ଟକୁ ୪୦-୫୦ ଆସନ ମିଳିବ ।

ବିଜେପିକୁ ୨୫-୩୦ ଆସନ ମିଳିବାକୁ ଥିଲା ବେଳେ ପିଡିପିକୁ ୮-୧୨ ଆସନ ମିଳିବ । ଅନ୍ୟପଟେ ଆଉ ୫ଟି ସଂସ୍ଥାର ଆକଳନ ଅନୁସାରେ ଏଠାରେ ଝୁଲା ସରକାର ହେବ । ଅର୍ଥାତ କଂଗ୍ରେସ-ଏନ୍‌ସି ମେଣ୍ଟ ପାଇଁ କିଛି ସହଯୋଗୀଙ୍କ ଆବଶ୍ୟକ ପଡିବ । ଏହି ପରିପ୍ରେକ୍ଷୀରେ ପିଡିପି ସମର୍ଥନ କରିବ ବୋଲି ମିର ବୟାନ ଦେଇଥିଲେ ।

ସୂଚନା ଅନୁଯାୟୀ, ଜମ୍ମୁ କଶ୍ମୀରରେ ତିନିଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଅକ୍ଟୋବର ୮ରେ ହରିୟାଣା ଓ ଜମ୍ମୁ-କଶ୍ମୀରର ଫଳାଫଳ ଆସୁଛି । ଏକଜିଟ ପୋଲ ପରେ ପିଡିପି ମୁଖ୍ୟ ମେହବୁବା ମୁଫତି ଘୋଷଣା କରିଛନ୍ତି ଯେ ସେ ବିଜେପିକୁ ରୋକିବା ପାଇଁ କଂଗ୍ରେସକୁ ସମର୍ଥନ କରିପାରନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com